27.1 C
Bhubaneswar
Tuesday, September 24, 2024
Homeଅପରାଧଲଭ୍‌-ସେକ୍ସ-ଧୋକ୍କା: ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ

ଲଭ୍‌-ସେକ୍ସ-ଧୋକ୍କା: ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ : ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ ସାହୁ(୨୯) । ତାଙ୍କ ଘର ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗ୍ରାମରେ । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀ ଅନୁଗୁଳ ସହରର ଏକ ସୋରୁମ୍‌ରେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ଦୀପକର ତାଙ୍କ ସହିତ ପରିଚୟ ହୋଇଥିଲା । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରେ ବିବାହ କରିବାକୁ ଦୀପକ ଧରାଛୁଆଁ ଦେଇନଥିଲେ ।

ଫଳରେ ଯୁବତୀ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଆପୋଷ ବୁଝାମଣା ଦ୍ୱାରା ଦୀପକ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ଫଳରେ ଯୁବତୀ ଦୁଷ୍କର୍ମ ନେଇ ଏତଲା ଦେଇନଥିଲେ । ଦୀପକ ଅନୁଗୁଳ ସହରର ବୁଢ଼ୀ ଠାକୁରାଣୀ ମନ୍ଦିରରେ ବରଣମାଳା ଦେଇ ବିବାହ କରିଥିଲେ । ଯୁବତୀଙ୍କୁ ନେଇ ଦୀପକ ଏକ ହୋଟେଲ୍‌ରେ ପ୍ରାୟ ୧୫ ଦିନ ରହିଥିଲା । ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ଯୁବତୀଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ । ଫଳରେ ଯୁବତୀ ପୁନର୍ବାର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ଆଜି ଅଭିଯୁକ୍ତ ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking