24.1 C
Bhubaneswar
Monday, April 6, 2026
Homeଓଡିଶାସୁନା ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ସୁନା ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ରାଜଗାଙ୍ଗପୁର : ରାଜଗାଙ୍ଗପୁର ସହରରେ ଥିବା ଏକ ସୁନା ଦୋକାନରେ ଘଟିଛି ଅଭାବନୀୟ ଘଟଣା। ଲୁଟେରା ବୁଲାଇଲେ କଳାକନା। ଲୁଟି ନେଲେ ୧୦ କେଜିରୁ ଅଧିକ ଚାନ୍ଦି ଅଳଙ୍କାର। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷରୁ ଅଧିକ। ସୁନା ଦୋକାନରୁ ଲୁଟ ପରେ ମୁଣ୍ଡରେ ହାତ ଦେଇଛନ୍ତି ଏହାର ମାଲିକ । ରାଜଗାଙ୍ଗପୁର ସହରରେ ଥିବା ଭୋଲାରାମ ଜୁଏଲର୍ସରେ ଏପରି ଲୁଟ୍‌ ହୋଇଛି। ଦୋକାନ ମାଲିକ ଗତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ମାତ୍ର ଲୁଟ୍‌ ହୋଇଥିବା ନେଇ ଖବର ପାଇ ଆଜି ସକାଳେ ପହଞ୍ଚିଥିଲେ। ପୁଲିସ୍‌ ପହଞ୍ଚି ଛାନଭିନ ଆରମ୍ଭ କରିବାରୁ ଆଜବେଷ୍ଟସ ଭାଙ୍ଗି ଲୁଟେରାମାନେ ୭ ଲକ୍ଷର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ପତ୍ତା ମିଳି ପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking