ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଛି । ଗତକାଲି ବିଳମ୍ବିତ ରଆତିରେ ମାଙ୍କ ମନ୍ଦିରରୁ ଲୁଟେରା ଚୋରି କରି ପଳାଇଛି । ଏନେଇ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ । ଏହାପରେ ମାଙ୍କ ରୂପା ମୁକୁଟ , ଛତ୍ରି, ବାହାର ହୁଣ୍ଡିରୁ ଲୁଟ କରିଥିଲେ । ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି । ଖବର ପାଇ ଆଜି ସକାଳେ ପୁରୁଷୋତ୍ତମପୁର ଥଆନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମାଙ୍କ ମନ୍ଦିରରୁ କିଭଳି ଚୋରି ହେଲା ଏଯାଏଁ କାରଣ ଅସ୍ପଷ୍ଟ । ଖବର ପଅ୍ରସାର ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।