26.1 C
Bhubaneswar
Wednesday, December 17, 2025
Homeଲୁକ୍‌ବ୍ୟାକ୍‌-୨୦୨୫ଲୁକ୍ ବ୍ୟାକ୍‌ ୨୦୨୫- ବଢ଼ିଲା ବିଧାୟକଙ୍କ ଦରମା ଓ ଭତ୍ତା

ଲୁକ୍ ବ୍ୟାକ୍‌ ୨୦୨୫- ବଢ଼ିଲା ବିଧାୟକଙ୍କ ଦରମା ଓ ଭତ୍ତା

ଭୁବନେଶ୍ୱର: ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ଜାଣିରଖନ୍ତୁ, ଏହି ବିଲ୍ ପାରିତ ହେବା ପରେ ବିଧାୟକ ଓ ବାଚସ୍ପତିଙ୍କ ଦରମା କେତେ ବୃଦ୍ଧି ପାଇଛି?ବାଚସ୍ପତିଙ୍କ ଦରମା ୪୦,୫୦୦ରୁ ୯୮ ହଜାରକୁ ବୃଦ୍ଧି କରାଯାଇଛି । ବୈଠକ ଭତ୍ତା ୮୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ । ୪୦ ହଜାର ଟଙ୍କା ପାଉଥିଲେ ୯୬ ହଜାର ଟଙ୍କା ମିଳିବ । ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା । ସେହିପରି ଉପବାଚସ୍ପପତି ପାଇବେ ୯୪ ହଜାର ଟଙ୍କା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭାବେ ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । ବାସଗୃହ ଭତ୍ତା ବାବଦକୁ ୨ ହଜାର ଟଙ୍କା ମିଳିବ ।

ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି
– କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ
– ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ
– ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ
– ଉପ-ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାରରୁ ୯୪ ହଜାରକୁ ବୃଦ୍ଧି
– ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ
– କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ
– ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ
– ବାସଗୃହ ଭତ୍ତା ଦୈନିକ ୨୦୦୦ ଟଙ୍କା ପାଇବେ
– ବିଧାୟକମାନଙ୍କ ଦରମା ଓ ଭତ୍ତା କେତେ ମିଳିବ?
ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା
– ୪୦ ହଜାର ଟଙ୍କା ପାଉଥିଲେ ମିଳିବ ୯୬ ହଜାର ଟଙ୍କା
– ୩୬ ହଜାର ଟଙ୍କା ପାଉଥିଲେ ମିଳିବ ୯୨ ହଜାର ଟଙ୍କା
– ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ମିଳିବ
– କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ
– ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ
– ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା
– ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର
– ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର
– ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା ମିଳିବ
– ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ
– କ୍ୱାଟର ମିଳି ନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା
– ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ

ବିଧାନସଭା ଖବର

୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ଏମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୩୧ଜଣ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଜିଲାନ୍ସ କୋର୍ଟରେ ୧୮୭ ସରକାରୀ କର୍ମଚାରୀ ଦଣ୍ଡିତ ହୋଇଛନ୍ତି। ୩୪ଜଣ ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ୬୫ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍‌‌ରୁ ୧୩ କଏଦୀ ଫେରାର ହୋଇଛନ୍ତିି। ସୋମବାର ଜେଲରୁ କଏଦ ଫେରାର୍ ନେଇ ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ତେବେ ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍‌‌ରେ ମୃତ୍ୟୁ ହୋଇଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।ବିଏମ୍‌‌ସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି। ବିଧାନସଭାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ବାପୁଜିନଗର, ଅଶୋକ ନଗର, ଗଙ୍ଗନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଅଞ୍ଚଳରେ ଅଧିକାଂଶ ଜବରଦଖଲ ହୋଇଛି। ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ହାତେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଏକ କମିଟି ଗଠନ କରି ଖୁବ୍‌‌ଶୀଘ୍ର ଜବରଦଖଲ ଉଚ୍ଛେଦ କରିବେ। ଚଳିତ ବର୍ଷ ୭୦ ଏକର ସରକାରୀ ଜମିରୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।ଓଡ଼ିଶା ହେବ ଆଇଟି ହବ୍‌‌। ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ। ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ୩୫ ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି। ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାଛଡ଼ା ସେ କହିଛନ୍ତି ଯେ ବିଶ୍ୱରେ ଓଡ଼ିଶା ସଫ୍ଟୱେୟାରର ଚାହିଦା ଅଧିକ ରହିଛି। ଦେଶର ପ୍ରଥମ ୧୦ ରାଜ୍ୟରେ ଓଡ଼ିଶା ରହିଛି। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେୟାର ରପ୍ତାନୀ କରାଯାଇଛି ବୋଲି ଶ୍ରୀ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।

୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ

ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ଉନ୍ନତିକରଣ ଏବଂ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି ଓ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆ‌ର୍ଆଇଏଫ୍‌‌ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍‌‌ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍‌‌ ରାସ୍ତାକୁ ୬ ଲେନ୍‌‌ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍‌‌-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍‌‌ଏଚ୍‌‌-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍‌‌ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଅନ୍ୟପକ୍ଷରେ ୨୦୨୫ ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡିଆନ୍‌‌ ରୋଡ୍‌‌ କଂଗ୍ରେସ ଅବସରରେ ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରାଳୟର ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ୧୫୦୦ କୋଟି ଟଙ୍କା ସିଆ‌ର୍ଆଇଏଫ୍‌‌ ଯୋଜନା ଅଧିନରେ ଅନୁମୋଦନ ମିଳିଛି ।

ସେହିପରି ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍‌‌ କରିବା, ୪ ଲେନ୍‌‌ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍‌‌ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍‌‌ଏଚ୍‌‌-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରୁ ପାରାଦୀପ ସିଧାସଳଖ ନୂଆ ଗ୍ରୀନ ଫିଲଡ଼ ରାସ୍ତା ନିର୍ମାଣ ନେଇ ସଫଳ ଆଲୋଚନା ହୋଇଛି ଓ ଆଗାମୀ ଦିନରେ ପାରାଦ୍ୱୀପ ସହର ପରିସର ଯଥେଷ୍ଟ ବୃଦ୍ଧି ପାଇବାକୁ ଥିବାବେଳେ ପ୍ରମୁଖ ବନ୍ଦର ସହରକୁ ରାଜଧାନୀ ଭୁବନେଶ୍ୱର ସହ ଯୋଡିବା ପାଇଁ ଏହି ଗ୍ରୀନଫିଲଡ ରାସ୍ତା ବେଶ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଆଜିର ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ. କେ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏ.ଡି.ଜି. ଶ୍ରୀ ଅତୁଲ କୁମାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ସଦସ୍ୟ ଶ୍ରୀ ବିପନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking