24.1 C
Bhubaneswar
Tuesday, February 24, 2026
Homeଓଡିଶାପୁରୀ ଶ୍ରୀମନ୍ଦିର ଦର୍ଶନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ପୁରୀ ଶ୍ରୀମନ୍ଦିର ଦର୍ଶନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

– ଦେଶବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ
– ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଐତିହାସିକ କୀର୍ତ୍ତିରାଜି ଦେଖି ବିମୋହିତ ହେଲେ
ଭୁବନେଶ୍ୱର: ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଭୁବନେଶ୍ୱର ଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଅପରାହ୍ନରେ ପୁରୀ ଯାଇ ଶ୍ରୀମନ୍ଦିର ଦର୍ଶନ ଦର୍ଶନ କରିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭାରତର ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ପୁରୀରେ ପହଞ୍ଚିବା ପରେ, ଲୋକସଭା ବାଚସ୍ପତି ପ୍ରଥମେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଯାଇଥିଲେ ଏବଂ ପରେ ସିଂହଦ୍ୱାର ନିକଟରେ ପହଞ୍ଚିବା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରାରମ୍ଭରେ, ଶ୍ରୀ ବିର୍ଲା ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ଆଗରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ ତା’ପରେ ସେ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଐତିହାସିକ କୀର୍ତ୍ତିରାଜି ଦେଖି ବାଚସ୍ପତି ଶ୍ରୀ ଓମ୍ ବିର୍ଲା ବିମୋହିତ ହୋଇଥିଲେ। ଏହି ଅବସରରେ ବାଚସ୍ପତିଙ୍କ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଏବଂ ଲୋକସଭା ସାଂସଦ ଶ୍ରୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking