28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ସ୍ଥଗିତ

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ସ୍ଥଗିତ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ । ଗୁରୁବାର ଦିନ ଲୋକସଭାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଜୁଲାଇ ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ଯେଉଁଥିରେ 14ଟି ସରକାରୀ ବିଲ୍ ଆଗତ ହୋଇଥିଲା ଏବଂ 12ଟି ବିଲ୍ ଗୃହୀତ ହୋଇଥିଲା। ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ରେ ବିରୋଧୀ ହଙ୍ଗାମା କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ବୁଧବାର ଦିନ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 3ଟି ବିଲ ଉପସ୍ଥାପନ କରିଥିଲେ ଏବଂ ଏହି ସମୟରେ ଗୃହରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଅଧିବେଶନ ଆରମ୍ଭରୁ ବିରୋଧୀ ଦଳଗୁଡ଼ିକ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରସଙ୍ଗରେ ଗୃହରେ ନିରନ୍ତର ସ୍ଲୋଗାନ ଦେଇଥିଲେ, ଯାହା କାର୍ଯ୍ୟକୁ ପ୍ରଭାବିତ କରିଥିଲା। ବିରୋଧୀଙ୍କ ପ୍ରଦର୍ଶନ ଉପରେ ନିରାଶା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, “ସାରା ଦେଶ ଜନପ୍ରତିନିଧି ଭାବରେ ଆମର ଆଚରଣ ଏବଂ କାର୍ଯ୍ୟଶୈଳୀ ଉପରେ ନଜର ରଖିଛି। ଜନସାଧାରଣ ଆମକୁ ବହୁତ ଆଶା ସହିତ ନିର୍ବାଚିତ କରନ୍ତି ଯାହା ଦ୍ୱାରା ଆମେ ସେମାନଙ୍କ ସମସ୍ୟା ଏବଂ ପ୍ରସଙ୍ଗ ଏବଂ ବ୍ୟାପକ ଜନସ୍ୱାର୍ଥ ବିଲ୍ ଉପରେ ଏକ ବ୍ୟାପକ ଆଲୋଚନା କରିପାରିବା।ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍” ବାଜିବା ପରେ, ଗୃହର ବୈଠକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଗୃହରେ ଉପସ୍ଥିତ ଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ଦଳର ନେତା କେସି ଭେନୁଗୋପାଳ ଇତ୍ୟାଦି ଗୃହରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking