34.1 C
Bhubaneswar
Sunday, February 22, 2026
Homeଓଡିଶାଶିକ୍ଷକ ବଦଳିକୁ ନେଇ ସ୍କୁଲରେ ଝୁଲିଲା ତାଲା

ଶିକ୍ଷକ ବଦଳିକୁ ନେଇ ସ୍କୁଲରେ ଝୁଲିଲା ତାଲା

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ  ବାଳିକା  ଉଚ୍ଚ ବିଦ୍ୟାଳୟ ଆଗରେ ଛାତ୍ରୀଙ୍କ ହାଇଡ୍ରାମା। ଖେଳ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ। ସୂଚନା ଅନୁସାରେ ବିଦ୍ୟାଳୟରେ ଖେଳ ଶିକ୍ଷୟତ୍ରୀ ପୁଷ୍ପାଞ୍ଚଳୀ ଜେନାଙ୍କର ସାକ୍ଷୀଗୋପାଳ ଜାଗେଶ୍ବରୀ ବିଦ୍ୟାଳୟ ଅଳୁଗୁମକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ବିରୋଧ କରିଛନ୍ତି ବିଦ୍ୟାଳୟର ସମୂହ ଛାତ୍ରୀ ଓ ଅଭିଭାବକ। ଆଜି ପରୀକ୍ଷା ଥିଲେ ବି ଏହା ବାଧାପ୍ରାପ୍ତ ହୋଇଛି। ଫଳରେ ଛାତ୍ରୀମାନେ ଦେଢ଼ ଘଣ୍ଟା ବିଳମ୍ବରେ ପରୀକ୍ଷା ଦେଇଛନ୍ତି ଛାତ୍ରୀ। ବିଦ୍ୟାଳୟ ବାହାରେ ଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଛନ୍ତି। ଏପଟେ ଆଲୋଚନା ହେଉଛି କି ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ କାର୍ଯ୍ୟରତ ଅନ୍ୟ ଶିକ୍ଷୟତ୍ରୀ ମାନକର ବଦଳି ହେଉନଥିବା ବେଳେ କାହିଁକି ଖେଳ ଶିକ୍ଷୟତ୍ରୀଙ୍କର ଅଚାନକ ବଦଳି କରାଯାଇଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking