23.1 C
Bhubaneswar
Sunday, March 22, 2026
Homeଓଡିଶାବନ୍ୟା ଜଳରେ ପ୍ରଭାବିତ ସ୍ଥାନୀୟ ଲୋକେ

ବନ୍ୟା ଜଳରେ ପ୍ରଭାବିତ ସ୍ଥାନୀୟ ଲୋକେ

ଆରଡି : ଗତ ୩ ଦିନ ମଧ୍ୟରେ ଲଗାଣ ବର୍ଷା କାରଣରୁ ଉକ୍ତ ରାସ୍ତାଟି ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି କରିଛି । ତେବେ ଧାମରା ନିକଟରେ ଅଶାନ୍ତ ସମୁଦ୍ରରୁ ଉଠୁଥିବା ଉଚ୍ଚ ଜୁଆର ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀ ଜଳସ୍ତର ବଢିବାରେ ଲାଗିଛି । ଉଚ୍ଚ ଜୁଆର ପାଣିରେ ବୈତରଣୀ ନଦୀ ବୋଡକ ଓ ସାଠିବାଙ୍କୁଡା ନିକଟରେ କୂଳ ଲଂଘିବା ଫଳରେ ସୁରକ୍ଷାବନ୍ଧ ପ୍ରାୟ ୨ ଶହ ଫୁଟର ମାଟି ଅତଡା ନଦୀ ଗର୍ଭକୁ ଚାଲିଯାଇଛି। ଏପରିକି ଜୁଆର ଢେଉ ଓ ବର୍ଷା ସମୟରେ କୂଳରୁ ଅତଡା ଖସୁଥିବାରୁ ବୈତରଣୀକୂଳ ଦେଇ ଯାଇଥିବା ଆଖଣ୍ଡଳମଣି, କୁଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ଗାଁ ନିକଟରେ ୨ ଫୁଟ ଦବିଯିବା ସହ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି। ଯାହାଫଳରେ ଯାତାୟାତରେ ନାନା ଅସୁବିଧା ଦେଖା ଦେଇଛି। ଆଗକୁ ଯଦି ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦିଏ ତାହାଲେ ଉକ୍ତ ରାସ୍ତା ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି କରିଛି। ପୂର୍ବରୁ ଉକ୍ତ ସ୍ଥାନରେ ବାରମ୍ବାର ରାସ୍ତାଟି ନଦୀକୁ ଧସୁଥିଲେ ମଧ୍ୟ ଜଳସେଚନ ବିଭାଗ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କରାଯାଉନି। ଯାହାଫଳରେ ବର୍ଷାଦିନେ ଗାଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking