25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ହେଲେ ଏଲକେ ଆଡଭାନୀ

ହସ୍ପିଟାଲରେ ଭର୍ତ୍ତି ହେଲେ ଏଲକେ ଆଡଭାନୀ

ନୂଆଦିଲ୍ଲୀ :  ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି  ହୋଇଛନ୍ତି  ବିଜେପି ନେତା  ଲାଲକୃଷ୍ଣ ଆଡଭାନୀ । ଗତକାଲି ବିଳମ୍ବିତ ରାତିରେ  ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ  ବିଜେପି ନେତା  ଲାଲକୃଷ୍ଣ  ଆଡଭାନୀଙ୍କୁ  ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆଡଭାନୀ ଗତ  କିଛି ମାସ ମଧ୍ୟରେ  ବାରମ୍ବାର  ସ୍ୱାସ୍ଥ୍ୟଗତ ସମସ୍ୟାର   ସମ୍ମୁଖୀନ ହୋଇ ଆସୁଛନ୍ତି । ଗତ ଜୁଲାଇରୁ ନେଇ ଏବେ ସୁଦ୍ଧା ସେ ଚତୁର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏହାପୂର୍ବରୁ ଦିଲ୍ଲୀର ଉଭୟ ଆପୋଲୋ ହସ୍ପିଟାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରେ ଚିକିତ୍ସିତ ହୋଇଥିଲେ। ବିଜେପି ମୁଖପାତ୍ର କେ କୃଷ୍ଣ ସାଗର ରାଓ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି  ଆଡଭାନୀଙ୍କୁ ଆମର ଉଚ୍ଚତମ ନେତା ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking