19.1 C
Bhubaneswar
Wednesday, February 11, 2026
Homeଓଡିଶାମହିଳା କୁମ୍ଭକାରଙ୍କ ଜୀବନ୍ତ ଶିଳ୍ପ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଲା

ମହିଳା କୁମ୍ଭକାରଙ୍କ ଜୀବନ୍ତ ଶିଳ୍ପ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଲା

ଭୁବନେଶ୍ୱର: ସୁଭଦ୍ରା ଶକ୍ତି ମେଳା – ୨୦୨୫ ର ସପ୍ତମ ଦିନର ଏକ ପ୍ରମୁଖ ଆକର୍ଷଣ ଥିଲା ଲାଇଭ୍ ପ୍ରଦର୍ଶନ କାଉଣ୍ଟର, ଯାହା ଦର୍ଶକମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଶିଳ୍ପକଳା ଅନୁଭବ କରିବାର ଏକ ଅନନ୍ୟ ସୁଯୋଗ ଦେଇଥିଲା। କାରିଗର ଏବଂ ଏସଏଚଜି ମା ମାନଙ୍କ ଦ୍ୱାରା ପ୍ରଦର୍ଶିତ କୁମ୍ଭାର ଶିଳ୍ପ, କାଠ ଶିଳ୍ପ, କାଗଜ ମାଚେ, ଗୋଲଡେନ୍ ଗ୍ରାସ୍, ସବାଇ ଘାସ କଳା ଏବଂ ଲାଖ ଖେଳନା ନିର୍ମାଣ ଆଦି ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା।ଦର୍ଶକମାନେ ଦକ୍ଷ କାରିଗରଙ୍କ ମାର୍ଗଦର୍ଶନରେ ମାଟିକୁ ଆକାର ଦେବା ଏବଂ ପାରମ୍ପରିକ କୁମ୍ଭାର କଳାରେ ନିଜ ହାତ ଚଳାଇବାର ସୁଯୋଗ ପାଇଥିଲେ। ସପ୍ତମ ସନ୍ଧ୍ୟାରେ ମଞ୍ଚ ଚମତ୍କାର ସାଂସ୍କୃତିକ ପ୍ରଦର୍ଶନ ସହିତ ପ୍ରଜ୍ଜ୍ଵଳିତ ହୋଇଉଠିଥିଲା ।

ଦର୍ଶକମାନେ ରୂପଶ୍ରୀ ମିଶ୍ରଙ୍କ ଦ୍ୱାରା ଏକ ପାରମ୍ପାରିକ ମନମୋହକ ମାହାରୀ ନୃତ୍ୟ ପରିବେଷଣ ଦେଖିବାର ସୁଯୋଗ ପାଇଥିଲେ, ଯାହା ଓଡ଼ିଆ ଶାସ୍ତ୍ରୀୟ ନୃତ୍ୟ ଶୈଳୀର ସୌନ୍ଦର୍ଯ୍ୟ ଏବଂ ଭକ୍ତିଭାବକୁ ପ୍ରତିଫଳିତ କରିଥିଲା। ତା’ପରେ ପ୍ରଖ୍ୟାତ ବ୍ୟଙ୍ଗ କବି ଜ୍ଞାନ ହୋତା, ଦୁର୍ଗା ମହାପାତ୍ର, ସତ୍ୟନାଶିଆ ଏବଂ ସର୍ବଗିଳାଙ୍କ ଦ୍ୱାରା ବ୍ୟଙ୍ଗାତ୍ମକ କବିତା ପରିବେଷଣ କରାଯାଇଥିଲା, ଯାହା ସେମାନଙ୍କର ଚତୁର ଭାଷା ଏବଂ ଚମତ୍କାର ଶବ୍ଦ ବିନ୍ୟାସରେ ଦର୍ଶକମାନଙ୍କୁ ହସାଇ ଥିଲା। ସପ୍ତମ ଦିନ ମଧ୍ୟ ମେଳା ପ୍ରତି ଦର୍ଶକଙ୍କ ଅଭୂତପୂର୍ବ ଆଗ୍ରହ ଜାରି ଠାବ ବେଳେ ସମୁଦାୟ ଦର୍ଶକ ସଂଖ୍ୟା ୨ ଲକ୍ଷରୁ ଅଧିକ ଏବଂ ମୋଟ ବିକ୍ରି ୨.୫ କୋଟି ଟଙ୍କା ଅତିକ୍ରମ କରିଛି। ସୁଭଦ୍ରା ଶକ୍ତି ମେଳା – ୨୦୨୫ରେ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ମହିଳା ଉଦ୍ୟୋଗିତା ଏବଂ ଓଡ଼ିଶାର ସମୃଦ୍ଧ କାରିଗରୀର ଏହି ମହୋତ୍ସବ ପ୍ରତି ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking