24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଭାରତରେ ବୃଦ୍ଧି ପାଉଛି ଲିଭ୍ ଇନ୍ ରିଲେସନସିପ୍ ମାମଲା

ଭାରତରେ ବୃଦ୍ଧି ପାଉଛି ଲିଭ୍ ଇନ୍ ରିଲେସନସିପ୍ ମାମଲା

ନୂଆଦିଲ୍ଲୀ: ଭାରତରେ ଲିଭ୍ ଇନ୍ ରିଲେସନସିପ୍ ମାମଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ କେତେ ସଂଖ୍ୟକ ଯୋଡି ଭାରତରେ ଲିଭ୍ ଇନ୍ ରିଲେସନସିପରେ ଏବେ ଅଛନ୍ତି, ତାହା ଜଣାପଡିନାହିଁ କିନ୍ତୁ ଏ ନେଇ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ରାଜ ଲାଲି ଗିଲ ଲିଭ୍ ଇନ୍ ରିଲେସନସିପ୍ ମାମଲା ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ଏହା ସମାଜ ପାଇଁ ଏକ ଚିନ୍ତାଜନକ ଧାରା ବୋଲି ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କେବଳ ଯୁବକ ଓ ଯୁବତୀ ନୁହଁନ୍ତି ବରଂ କିଛି ବିବାହିତ ବ୍ୟକ୍ତି ମଧ୍ୟ ଏଭଳି ସମ୍ପର୍କରେ ଲିପ୍ତ ଅଛନ୍ତି, ଯାହା ସାମାଜିକ ଢାଞ୍ଚାକୁ ଦୁର୍ବଳ କରୁଛି। ଶ୍ରୀମତୀ ଗିଲ୍ ଏହି ପ୍ରସଙ୍ଗକୁ ରୋକିବା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆଇନଗତ ସଂଶୋଧନ ସୁପାରିଶ କରିବାକୁ ଘୋଷଣା କରିଥିଲେ। ପଟିଆଲାରେ ଏକ ଲୋକ ଅଦାଲତରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ପରିବାର ମଧ୍ୟରେ ବଢୁଥିବା ଅସହିଷ୍ଣୁତାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବୃଦ୍ଧାଶ୍ରମ ସଂଖ୍ୟା ବୃଦ୍ଧି ସମାଜ ପାଇଁ ଆଉ ଏକ ଉଦ୍ୱେଗଜନକ ଧାରା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking