22.1 C
Bhubaneswar
Tuesday, December 17, 2024
Homeଓଡିଶାଥଣ୍ଡାରୁ ମିଳିବ ସାମାନ୍ୟ ଆଶ୍ବସ୍ତି

ଥଣ୍ଡାରୁ ମିଳିବ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ୱର: ୫ ଦିନ ହେଲାଣି ଅସ୍ତବ୍ୟସ୍ତ କରୁଥିଲା ଶୀତ । ପୂରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଥିଲା । ଅନେକ ସହର ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିଲା । ଆଜି ରାତିରୁ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ଜି ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା । ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ ହୋଇଛି । ୧୨ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ରାଉରକେଲାରେ ସର୍ବନିମ୍ନ ୫.୭ ଡିଗ୍ରୀ ଓଫୁଲବାଣୀରେ ୭ଡିଗ୍ରୀ ରେକର୍ଡ ହୋଇଛି। ଆଜି ସକାଳ ଯାଏ ଶୀତ ଜାରି ରହିବ । କିନ୍ତୁ ରାତିରେ ତାପମାତ୍ରା କ୍ରମଶଃ ବଢ଼ିଯିବ । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିବ । ୧୭ରୁ ୨୦ ତାରିଖ ଯାଏ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଙ୍ଗଳବାର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ୧୮ ତାରିଖ ରାତିରେ ଏ ସବୁ ସ୍ଥାନରେ ଆଉ ୩ ଡିଗ୍ରୀ ବଢ଼ିବ । ୨୦ ତାରିଖ ଯାଏ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିବ । ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକା ଓ ବୁନ୍ଦା ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡା. ମନୋରମା ମହାନ୍ତି କହିଛନ୍ତି, ଆଜି ରାତିରୁ ତାପମାତ୍ରା କ୍ରମଶଃ ବଢ଼ିବ । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ । ମଙ୍ଗଳବାର ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking