24.1 C
Bhubaneswar
Wednesday, March 11, 2026
Homeଓଡିଶାସାହିତ୍ୟ ଜୀବନ ଏବଂ ମୂଲ୍ୟବୋଧକୁ ଆକାର ଦିଏ, ସହାନୁଭୂତି ପୋଷଣ କରେ ଏବଂ ନୈତିକ ଭାବନାକୁ...

ସାହିତ୍ୟ ଜୀବନ ଏବଂ ମୂଲ୍ୟବୋଧକୁ ଆକାର ଦିଏ, ସହାନୁଭୂତି ପୋଷଣ କରେ ଏବଂ ନୈତିକ ଭାବନାକୁ ବିସ୍ତାର କରେ: ରାଜ୍ୟପାଳ

ଭୁବନେଶ୍ୱର: ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି। ଏହା କେବଳ ଏକ କଳାତ୍ମକ ରୂପ ନୁହେଁ ବରଂ ଏକ ଶକ୍ତି ଯାହା ଜୀବନ ଓ ମୂଳବୋଧକୁ ଆକାର ଦିଏ, ସହାନୁଭୂତିକୁ ପୋଷଣ କରେ ଏବଂ ନୈତିକ ଭାବନାକୁ ବିସ୍ତାର କରେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ଚଳିତ ନଭେମ୍ବର ୨୯ ତାରିଖ ଶନିବାର ଦିନ ଭୁବନେଶ୍ୱର ଠାରେ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଠାରେ ସୋଆ(SOA) ସାହିତ୍ୟ ମହୋତ୍ସବର ତୃତୀୟ ସଂସ୍କରଣକୁ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ବିକଶିତ ହେବା ପୂର୍ବରୁ ସମାଜ କାହାଣୀ, କବିତା ଏବଂ ମହାକାବ୍ୟ ମାଧ୍ୟମରେ ସତ୍ୟ, ନ୍ୟାୟ, ସାହସ ଏବଂ କରୁଣା ଭଳି ମୂଲ୍ୟବୋଧ ଶିଖୁଥିଲା। ସାହିତ୍ୟ ଆମକୁ ଆମ ନିଜସ୍ୱ ଦୃଷ୍ଟିକୋଣ ବ୍ୟତୀତ ଅନ୍ୟର ଦୃଷ୍ଟିକୋଣ ମାଧ୍ୟମରେ ବିଶ୍ୱକୁ ଦେଖିବା ପାଇଁ ଦିଗଦର୍ଶନ ଦିଏ। ଲିଖିତ ଶବ୍ଦର ଭାବପ୍ରବଣତା ଏବଂ ନୈତିକ ପ୍ରଭାବ ଉପରେ ଆଲୋକପାତ କରି ଡ. କମ୍ଭମପାଟି କହିଥିଲେ ଯେ ସାହିତ୍ୟ ସଙ୍କଟର ମୁହୂର୍ତ୍ତରେ ଶକ୍ତିର ଉତ୍ସ ଏବଂ ପରିବର୍ତ୍ତନ ସମୟରେ ସମାଜ ପାଇଁ ଏକ ଦର୍ପଣ ହୋଇଯାଏ। ଏହା ସର୍ବଦା ଅନ୍ୟାୟକୁ ପ୍ରଶ୍ନ କରିଛି, ଅସମାନତାକୁ ଦୃଷିକୁ ଆଣିଛି ଏବଂ ପୁରୁଣା ହୋଇଯାଇଥିବା ମାନଦଣ୍ଡକୁ ଚ୍ୟାଲେଞ୍ଜ କରିଛି। ଆମେ ପଢ଼ୁଥିବା କାହାଣୀଗୁଡ଼ିକ ଆମେ ବଞ୍ଚୁଥିବା ମୂଲ୍ୟବୋଧ ଗଠନ କରେ ।

ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ଦୃଶ୍ୟପଟକୁ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ ମହୋତ୍ସବର ବିଷୟବସ୍ତୁ – “ସଂସ୍କୃତି, ସୃଜନଶୀଳତା ଏବଂ କୃତ୍ରିମ ବୁଦ୍ଧିମତ୍ତା ” ସମୟୋଚିତ ଏବଂ ପ୍ରାସଙ୍ଗିକ। ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଯୋଗାଯୋଗ ଏବଂ ସୃଜନଶୀଳତାକୁ ପରିବର୍ତ୍ତନ କରୁଛି, ଯାହା ସମାଜକୁ ସାଂସ୍କୃତିକ ପରିଚୟ ଏବଂ ମାନବିକ ମୂଲ୍ୟବୋଧର ମୂଳରେ ରଖିବାରେ ଗୁରୁତ୍ୱ ରଖିଥାଏ। କୃତ୍ରିମ ବୁଦ୍ଧିମତ୍ତା ଗତି ଏବଂ ସଠିକତା ପ୍ରଦାନ କରିପାରେ କିନ୍ତୁ ସଂସ୍କୃତି ହିଁ ଦିଗଦର୍ଶନ ଦିଏ ଏବଂ ସୃଜନଶୀଳତାର ଉଦ୍ଦେଶ୍ୟ ପ୍ରଦାନ କରେ ବୋଲି ରାଜ୍ୟପାଳ କହିଛନ୍ତି। ସମଗ୍ର ଦେଶର ଲେଖକ, କବି, ବିଦ୍ୱାନ ଏବଂ କଳାକାର ଯୋଗଦାନ କରିଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରି ସୋଆ(SOA )ସାହିତ୍ୟ ସମ୍ମାନ 2025 ପାଇଥିବା ପ୍ରବୀଣ କବି, ଗୀତିକାର ଏବଂ ସ୍କ୍ରିପ୍ଟ ଲେଖକ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ସୋଆ ( SOA) ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇ ପଦ୍ମଭୂଷଣ ଜାଭେଦ ଅଖତର ନିଜର ସଂକ୍ଷିପ୍ତ ଭାଷଣରେ କହିଥିଲେ ଯେ ସେ ପୁରସ୍କାର ପାଇ ସେ ସମ୍ମାନିତ I ଯୁବପିଢ଼ିଙ୍କୁ ସାହିତ୍ୟ, ଭାଷା, ସଂସ୍କୃତି ଏବଂ ପରମ୍ପରା ସହିତ ଅଧିକ ଗଭୀର ଭାବରେ ଜଡିତ ହେବାକୁ ମଧ୍ୟ ଆହ୍ୱାନ ଜଣାଇଥିଲେ। ଜଣେ ଏହି ବିଷୟଗୁଡ଼ିକ ଉପରେ ଯେତେ ଅଧିକ ଅନୁସନ୍ଧାନ କରେ ଜ୍ଞାନ ସେତେ ସମୃଦ୍ଧ ହୁଏ ବୋଲି ପଦ୍ମଭୂଷଣ ଜାଭେଦ୍ ଅଖତର କହିବା ସହିତ ସାହିତ୍ୟ ମହୋତ୍ସବରେ ବହୁ ସଂଖ୍ୟକ ଯୁବକ ଯୁବତୀଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀର ପୂର୍ବତନ ସଚିବ ଡ.କେ. ଶ୍ରୀନିବାସ ରାଓ, ସୋଆ(SOA )ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସୋଆ ( SOA) ର ଭାଇସ ପ୍ରେସିଡେଣ୍ଟ ଶ୍ରୀମତୀ ଶାଶ୍ଵତୀ ଦାଶ ସମାବେଶରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାହିତ୍ୟ ମହୋତ୍ସବର ନିର୍ଦ୍ଦେଶକ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ(SOA) ଡିନ୍ ଏବଂ ମହୋତ୍ସବର ମୁଖ୍ୟ ସଂଯୋଜକ ପ୍ରଫେସର୍ ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking