18.1 C
Bhubaneswar
Thursday, December 12, 2024
Homeଓଡିଶାରାଜ୍ୟରେ ବଢୁଛି ମଦ ବିକ୍ରି: ମନ୍ତ୍ରୀ

ରାଜ୍ୟରେ ବଢୁଛି ମଦ ବିକ୍ରି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ମଦ ବିକ୍ରି । ଆଜି ବିଧାନସଭାରେ ପ୍ରଶ୍ନୋତ୍ତରକାଳରେ ଏନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ୨୦୨୨-୨୩ ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲ୍କ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲ୍କ ଲିଟର ବିକ୍ରି ହୋଇଛି । ସେହିପରି ଅବକାରୀ ରାଜସ୍ୱ ମଧ୍ୟ ବଢିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭, ୨୧୬, ୯୯ ଟଙ୍କାରେ ପହଞ୍ଚିଛି । ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା, ଯେଉଁଠି ୧୦୦ କୋଟି ୯୬ ଲକ୍ଷ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଛି ବୋଲି ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking