23.1 C
Bhubaneswar
Sunday, January 12, 2025
Homeଦେଶ ବିଦେଶଭୁଶୁଡିଲା ନିର୍ମାଣାଧୀନ ଲିଣ୍ଟେଲ୍‌; ହସ୍ପିଟାଲରେ ୧୮ ଶ୍ରମିକ

ଭୁଶୁଡିଲା ନିର୍ମାଣାଧୀନ ଲିଣ୍ଟେଲ୍‌; ହସ୍ପିଟାଲରେ ୧୮ ଶ୍ରମିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜର ରେଳଷ୍ଟେସନରେ ଆଜି ଏକ ବଡ ଅଘଟଣ ଘଟିଯାଇଛି। କନୌଜରେ ନିର୍ମାଣାଧୀନ ଅମୃତ ଭାରତ ରେଳ ଷ୍ଟେସନର ଲିଣ୍ଟେଲ୍ ଭୁଶୁଡ଼ି ପଡ଼ିବା ପରେ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଦବିଯାଇଥିଲେ। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ୨୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୨୫ରୁ ଅଧିକ ଶ୍ରମିକ ଫସିରହିଥିବା କୁହାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍‌, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର ପରେ ଆହତ ହୋଇଥିବା ପ୍ରାୟ ୧୮ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଦ୍ଧାର ଆହତଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶର କନୌଜରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନର ଲିଣ୍ଟେଲ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁଶୁଡ଼ି ପଡ଼ିଥିଲା। ଶନିବାର ଅପରାହ୍ନ ପ୍ରାୟ ୩ଟାରେ କନୌଜ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟଛି। ଅନ୍ୟପକ୍ଷେ କନୌଜ ରେଳ ଷ୍ଟେସନରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମାଜବାଦୀ ପାର୍ଟି ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛି ଯେ, “ବିଜେପି ସରକାର ଏବଂ ତତ୍କାଳୀନ କନୌଜ ସାଂସଦ ସୁବ୍ରତ ପାଠକ ଦାବି କରିଥିଲେ ଯେ କନୌଜର ରେଳ ଷ୍ଟେସନ ଅତ୍ୟାଧୁନିକ ହେବ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହେବ। କିଛି ଦିନ ପୂର୍ବେ, ଡିଭିଜନାଲ ରେଳ ପ୍ରବନ୍ଧକ ମଧ୍ୟ ଏକ ଅଚାନକ ଯାଞ୍ଚ କରିଥିଲେ। କିନ୍ତୁ ଆଜି କନୌଜ ରେଳ ଷ୍ଟେସନରେ ଏପ୍ରକାର ଅଘଟଣ ଘଟିଛି। ଠିକାଦାରମାନଙ୍କୁ ନିମ୍ନମାନର କାମ କରାଇବା ପାଇଁ ଚାପ ଦିଆଯାଉଛି, ବିଜେପି ନେତାମାନେ ସର୍ବାଧିକ କମିଶନ ଆଦାୟ କରିବାର ଖେଳ ଖେଳୁଛନ୍ତି। ଏହି ଘଟଣାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍‌, ଦୋଷୀମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ଏବଂ ପୀଡିତ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ କ୍ଷତିପୂରଣ ଦିଆଯିବା ଉଚିତ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking