27.1 C
Bhubaneswar
Thursday, March 26, 2026
Homeଓଡିଶାଭକ୍ତିମୟ ପରିବେଶ ଭିତରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭକ୍ତିମୟ ପରିବେଶ ଭିତରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସାମାନ୍ୟ ବିଳମ୍ବ ହୋଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ପ୍ରଭୁଙ୍କ ଦର୍ଶନ କରିଥିବାବେଳେ ସନ୍ଧ୍ୟାରୁ ବସି ଦୀପ ଜାଳିଥିବା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଦିବ୍ୟ ମହାଦୀପ ଦର୍ଶନ କରିଛନ୍ତି। ଭକ୍ତିମୟ ପରିବେଶ, ହର ହର ମହାଦେବ, ଜୟ ଶିବଶମ୍ଭୁ ନାରାରେ ଗଗନ ପବନ ପ୍ରକମ୍ପିତ ହେଉଛି । ଏହାରି ଭିତରେ ସେବାୟତମାନେ ଲିଙ୍ଗରାଜ ଚୁଡା ପର୍ୟ୍ୟନ୍ତ ବୋହି ନେଇଛନ୍ତି ମହାଦୀପକୁ । କଡା ସୁରକ୍ଷା ବ୍ୟବସ୍ଥା, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ମନ୍ଦିର ଚୁଡାକୁ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking