35 C
Bhubaneswar
Sunday, May 18, 2025
Homeଦେଶ ବିଦେଶକୁଲଗାମରେ ବଜ୍ରପାତର ତାଣ୍ଡବ: ଜଣେ ମୃତ

କୁଲଗାମରେ ବଜ୍ରପାତର ତାଣ୍ଡବ: ଜଣେ ମୃତ

ଜାମ୍ମୁ – କାଶ୍ମୀର: ଶୁକ୍ରବାର ଅପରାହ୍ନରେ ଜମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ହେବା ଯୋଗୁଁ ଲୋକଙ୍କ ଗମନାଗମନ ପ୍ରଭାବିତ ହୋଇଛି। ଜମ୍ମୁ-ଶ୍ରୀନଗର ରାଜପଥରେ ବନ୍ୟା ଏବଂ ରାମବନ ଅଞ୍ଚଳରେ ଭୂସ୍ଖଳନ ପରେ ପ୍ରଶାସନ ପୁଣି ଥରେ ଅସ୍ଥାୟୀ ଭାବରେ ଯାତାୟାତ ଚଳାଚଳ ବନ୍ଦ କରିଛି। ଏତିକିବେଳେ କୁଲଗାମ ଜିଲ୍ଲାର ଗୁନସରୋଗାମ ଅଞ୍ଚଳରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। 

କୁଲଗାମରେ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ତାରିକ ଅହମଦ ପଦଦାର ବୋଲି ଚିହ୍ନଟ କରାଯାଇଛି। ଘଟଣା ସମୟରେ ତାରିକ ଅହମ୍ମଦ ତାଙ୍କ ଘରକୁ ଯାଉଥିଲେ। ସେହି ସମୟରେ ବଜ୍ରପାତରେ ଆଘାତ ପାଇ ତାରିକ ଅହମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପାଣିପାଗ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର କିଛି ଅଂଶ ଏବଂ କେନ୍ଦ୍ରୀୟ କାଶ୍ମୀରର କିଛି ଅଞ୍ଚଳରେ ଝଡ଼ ଆସିବା ପରେ ବର୍ଷା ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ପ୍ରବଳ ପବନ ବହିବାରୁ ବ୍ୟାପକ କ୍ଷତି ହୋଇଥିବା ସୂଚନା ଦେଇଛନ୍ତି ଜଣେ ସ୍ୱାଧୀନ ପାଣିପାଗ ପର୍ଯ୍ୟବେକ୍ଷକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking