26.1 C
Bhubaneswar
Friday, March 27, 2026
Homeଓଡିଶାବଜ୍ରପାତରେ ଗଲା ୩ ଚାଷୀଙ୍କ ଜୀବନ

ବଜ୍ରପାତରେ ଗଲା ୩ ଚାଷୀଙ୍କ ଜୀବନ

ମୟୂରଭଞ୍ଜ : ବଜ୍ରପାତରେ ଗଲା ୩ ଚାଷୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଅନ୍ୟ ଜଣେ ଚାଷୀ ମେଡ଼ିକାଲ୍‌ରେ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ପତ୍ନୀ ସାକର ମୁର୍ମୁ ବିଲକୁ କାମ କରିବା ପାଇଁ ଯାଇଥିଲେ। ଅପରାହ୍ନରେ ବିଲରେ ତଳି ରୋଇଲା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଆଉ ତା’ପରେ ସେହି ବିଲ୍‌ରେ ସଜ୍ଞ ହରାଇ ପଡ଼ି ଯାଇଥିଲେ ଦମ୍ପତି। ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ଠିକ୍‌ ସେମିତି ଭଦ୍ରକ ଆଗରପଡ଼ା ଅଞ୍ଚଳରେ ହୋଇଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନରେ ସାହୁପଡ଼ା ଗାଁର ଅମର ସେଠୀ କେନାଲ ବ୍ରିଜ୍‌ ନିକଟରେ ଚାଷ କାମ କରୁଥିବା ବେଳେ ତାରିଣୀ ମନ୍ଦିର ନିକଟସ୍ଥ କ୍ଷେତରେ ଚାଷ କାର୍ଯ୍ୟ କରୁଥିବା ଚକ୍ରଧର ଦାସ। ଠିକ୍‌ ସେହି ସମୟରେ ବଜ୍ରପାତ ହେବାରୁ ଉଭୟ ଗୁରୁତର ହୋଇ ଚାଷଜମିରେ ପଡ଼ି ଯାଇଥିଲେ। ଅନ୍ୟ ଚାଷୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚକ୍ରଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଆଗରପଡ଼ା ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking