22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଉତ୍ତରପ୍ରଦେଶରେ ବଜ୍ରପାତ ନେଇଛି ୫୨ ଜୀବନ

ଉତ୍ତରପ୍ରଦେଶରେ ବଜ୍ରପାତ ନେଇଛି ୫୨ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବଜ୍ରପାତ, ବର୍ଷା ଓ ବନ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ବୁଧବାର ବନ୍ୟା ଓ ବର୍ଷାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବଜ୍ରପାତ ଜନିତ ଦୁଃଖଦ ଖବର ଆଣିଛି। ପୂର୍ବ ଓ ମଧ୍ୟ ଉତ୍ତରପ୍ରଦେଶରେ ବଜ୍ରପାତ କାରଣରୁ ୪୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ମେନପୁରୀରେ ମଧ୍ୟ ୫ ଜଣଙ୍କର ମୃତ୍ୟୁର କାରଣ ହୋଇଛି ବଜ୍ରପାତ। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ, ରାଜ୍ୟର ପୂର୍ବାଞ୍ଚଳରେ ଥିବା ୧୨-୧୩ ଜଲ୍ଲାରେ ଅତ୍ୟଧିକ ବର୍ଷା ହୋଇପାରେ। ବର୍ଷା ସମୟରେ ବଜ୍ରପାତ ହେବାର ଆଶଙ୍କା ରହିଛି। ଜୁଲାଇ ୧୫ ତାରିଖ ପରେ ମୌସୁମୀ ଅଧିକ ସକ୍ରିୟ ହେବ। ତେବେ ବଜ୍ରପାତ ଯୋଗୁଁ ପ୍ରତାପଗଡ଼ରେ ୧୨, ସୁଲତାନପୁରରେ ୭, ଚନ୍ଦୋଲୀରେ ୬, ମେନପୁରୀ-ପ୍ରୟାଗରାଜରେ ୫-୫, ଆମେଥୀରେ ୩, କାନପୁର (ଗ୍ରାମାଞ୍ଚଳ), ହମୀରପୁରରେ ୨ ଜଣ ଲେଖାଏଁ, ବଲିଆ, ଜୌନପୁର, ଜଣେ, ଗାଜିପୁର, ମଉ, ଆଜମଗଡ଼, ମହୋବା, ଜଲୌନ, ଉନ୍ନାଓ, ଔରିୟା ଓ ଇଟାୱାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଗୋଟିଏ ଦିନରେ ମୋଟ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ବାରାଣସୀ, ଆଜମଗଡ଼, ମିର୍ଜାପୁର ଜୋନରେ ଅପରାହ୍ଣ ପରେ ପ୍ରବଳ ବର୍ଷା ହୋଇଥିଲା। ଗୁଳୁଗୁଳି ଓ ଗରମରୁ ଆଶ୍ବସ୍ତି ମିଳିଥିଲା। କିନ୍ତୁ ବଜ୍ରପାତ ଘଟଣା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୬ ଜଣ ମହିଳାଙ୍କ ସମେତ ମୋଟ ୧୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରୟାଗରାଜ ଓ ପ୍ରତାପଗଡ଼ରେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ବଜ୍ରପାତ କାରଣରୁ ପ୍ରତାପଗଡ଼ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking