25.1 C
Bhubaneswar
Friday, December 12, 2025
Homeଓଡିଶାଜୀବନ ନେଇଗଲା ମାନସିକ ଚାପ

ଜୀବନ ନେଇଗଲା ମାନସିକ ଚାପ

ଜଟଣୀ: ମଙ୍ଗଳବାର ରାତିରେ ଅରଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ୍ ପରିସରରେ ଜଣେ ଛାତ୍ରୀ ପ୍ରଶାସନିକଭବନ କୋଠାର ପଞ୍ଚମ ମହଲାରୁ ଡେଇଁପଡ଼ି ଜୀବନ ହାରିଦେଇଛନ୍ତି । ମୃତକ ହେଲେ ମେଟାଲର୍ଜି ବିଭାଗ ତୃତୀୟ ବର୍ଷର ଛାତ୍ରୀ କ୍ରିତିକା ରାଜ(୨୧) । ଦିଲ୍ଲୀର ଏହି ଛାତ୍ରୀ କ୍ରିତିକା ମାନସିକ ଚାପଜନିତ ସମସ୍ୟା ପାଇଁ ଏଭଳି ଭୟଙ୍କର ନିଷ୍ପତ୍ତି ନେଇଥିବା ଜଟଣୀ ଥାନା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି । ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଆଇଆଇଟି କର୍ତ୍ତୃପକ୍ଷଙ୍କ ଏତଲାକୁ ଭିତ୍ତି କରି ପୁଲିସ ଛାନ୍‌ଭିନ ଜାରି ରଖିଛି । ଏଭଳି ଏକ ଅଭାବନୀୟ ଘଟଣା ଲାଗି କ୍ୟାମ୍ପସ୍ ପରିସରରେ ବିଷାଦର ଛାୟା ଖେଳିଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି ପ୍ରଶାସନିକଭବନ ନିକଟରେ ଏକ ବଡ଼ଧରଣର ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ଘଟଣାସ୍ଥଳକୁ ଯାଇଥିଲେ ।

ସିକ୍ୟୁରିଟି ଗାର୍ଡ ସେଠାରେ ପହଞ୍ଚିବା ବେଳକୁ କ୍ରତିକା ମୁହଁ ମାଡ଼ି ତଳେ ପଡ଼ିଥିବା ଦେଖିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କ୍ରତିକାଙ୍କ ନିଶ୍ଚଳ ଶରୀର ପଡ଼ିଥିବା ଦେଖି ସିକ୍ୟୁରିଟି ଗାର୍ଡ ତୁରନ୍ତ ତାଙ୍କ ସୁପରଭାଇଜର୍ ଓ ଛାତ୍ରାବାସ ୱାର୍ଡେନ୍‌ଙ୍କୁ ଜଣାଇଥିଲେ । ଆଇଆଇଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଆମ୍ବୁଲାନ୍ସରେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଜଟଣୀ ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗରେ ସଂରକ୍ଷଣ ବ୍ୟବସ୍ଥା କରାଇଥିଲା । ରାତାରାତି ଆଇଆଇଟି କର୍ତ୍ତୃପକ୍ଷ କ୍ରିତିକାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ଆଜି ପୁଲିସ କ୍ୟାମ୍ପସ୍‌ରେ ପହଞ୍ଚି କ୍ରିତିକା ରହୁଥିବା ହଷ୍ଟେଲରେ ଅନ୍ତେବାସୀ ଓ ସହପାଠିନୀମାନଙ୍କୁ ପଚରାଉଚରା କରିଥିଲା । ଛାତ୍ରାବାସରେ ରହୁଥିବା କ୍ରିତିକା ରାତି ୧୧ଟା ପରେ କ’ଣ ପାଇଁ ପ୍ରଶାସନିକଭବନ କୋଠାକୁ ଯାଇଥିଲେ, ସେନେଇ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking