19.1 C
Bhubaneswar
Thursday, February 12, 2026
Homeଓଡିଶାହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ

ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ ଟାଉନ ବ୍ରାହ୍ମଣପଡାର ଗତିକୃଷ୍ଣ ପୁରୋହିତଙ୍କୁ ତାଙ୍କ ସ୍ତ୍ରୀ ସୀତୁ ପଣ୍ଡା ଓ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ଅତି ଵିଭର୍ସ ଭାବେ ତାଙ୍କୁ ହତ୍ୟା କରିଥିଲେ। ୨୦୧୩ ମସିହାରେ ହୋଇଥିବା ବୀଭତ୍ସ ହତ୍ୟାକାଣ୍ଡ ମାମଲାର ଦୋଷୀ ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍। । ଏପରିକି ଯଦି ଜରିମାନା ସଠିକ ସମୟରେ ପଇଠ ନ ହୁଏ ତେବେ ଆହୁରି ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ନିର୍ଦେଶ ମିଳିଛି। ଏହାପରେ ମୃତଦେହକୁ ନେଇ ଛତିଶଗଡର ପଞ୍ଚପଡା ନିକଟ ଜଙ୍ଗଲରେ ଫୋପାଡି ଦେଇଥିଲେ। ତେବେ ମୃତ୍ୟୁର କିଛି ଦିନ ପରେ ଛତିଶଗଡ ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ପରେ ସୁନ୍ଦରଗଡ ଟାଉନ ଥାନାକୁ ହସ୍ତାନ୍ତର କରିଥିଲା। ଏହାପରେ ସୁନ୍ଦରଗଡ଼ ପୋଲିସ ତଦନ୍ତ ଜାରି ରଖିଥିଲା। ତେବେ ଅନେକ ଦିନ ଅଭିଯୁକ୍ତ ଧରା ନପଡିବାରୁ ସ୍ତ୍ରୀ ସୀତୁ ପଣ୍ଡା ଟାଉନ ଥାନା ଆଗରେ ଧାରଣା ଦେଇଥିଲେ। ଛାନଭିନ୍ କରିବା ପରେ ଘଟଣାର ପର୍ଦ୍ଦାଫାସ କରି ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରିଥିଲା ସୁନ୍ଦରଗଡ ଟାଉନ ଥାନା ପୋଲିସ। ଆଉ ଏବେ ସୁନ୍ଦରଗଡ ଜିଲ୍ଲା ଦୌରାଜଜ୍ ସେମାନଙ୍କୁ ହତ୍ୟାକାଣ୍ଡ ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking