20.1 C
Bhubaneswar
Saturday, December 21, 2024
Homeଓଡିଶାନକଲି ବିହନ ବିକ୍ରି ଘଟଣାରେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

ନକଲି ବିହନ ବିକ୍ରି ଘଟଣାରେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

ବରଗଡ଼ : ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ ସୂଚନା ଦେଇଛନ୍ତି। ନକଲି ବିହନ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। ସେପଟେ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ବେପାରୀ ମାନେ ପଡ଼ୋଶୀ ରାଜ୍ୟରୁ ନକଲି ବିହନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଆଉ କୃଷି ବିଭାଗ ଏହି ବେପାରୀମାନଙ୍କୁ ସୁରକ୍ଷା ଦେଉଥିବା ଚାଷୀ କହିଛନ୍ତି । ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଜିଲାରେ ଚଢ଼ାଉ କରିବାକୁ କୃଷକ ସଂଗଠନର ନେତା ଦାବି କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking