26.1 C
Bhubaneswar
Saturday, December 13, 2025
Homeଓଡିଶାରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଚିଠି

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଚିଠି

ପୁରୀ: ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଏଏସଆଇକୁ ଚିଠି ଲେଖିଛନ୍ତି  ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ।  ରଥଯାତ୍ରା ସମୟରେ ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ଶେଷ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାରର ଗୁରୁତ୍ବ ଦୃଷ୍ଟିରେ ଅଗ୍ରାଧିକାର ଭିତ୍ତିରେ କାମ ଶେଷ କରିବାକୁ କୁହାଯାଇଛି  । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି  । ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି  । ଏପଟେ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ଶେଷ କରାଯିବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ପରିଚାଳନା ନେଇ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତାପତି, ସମସ୍ତ ବାଡ଼ଗ୍ରାହୀ ଓ ନିଯୋଗର ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking