22.1 C
Bhubaneswar
Thursday, February 12, 2026
Homeଓଡିଶାଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି

ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜାଙ୍କ ଚିଠି

ଭୁବନେଶ୍ବର: ଓଡ଼ିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପରଂପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛି। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି। ପୁରୀଗଜପତି ମହାରାଜା ଏନେଇ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ଇସ୍କନ ଅଦିନରେ ରଥଯାତ୍ରାର ଆୟୋଜନ କରୁଛି। ଇସ୍କନର ଏଭଳି ପଦକ୍ଷେପ ନେଇ ପୁରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୁଣି ଚିଠି ଲେଖିଛନ୍ତି। ସେ ଇସ୍କନ ଗଭର୍ଣ୍ଣିଂ ବଡ଼ି କମିସନ (ଜିବିସି) ଅଧକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଗଜପତି ମହାରାଜା ଉଲ୍ଲେଖ କରିଛନ୍ତି ଯେ, ସିଦ୍ଧାନ୍ତର ପୁନଃ ବିଚାର କରନ୍ତୁ। ସମସ୍ତ ଦେଶରେ ଇସ୍କନ ଆଷାଢ଼ ଶୁକ୍ଳ ଦ୍ୱତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ। ଇସ୍କନକୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା ବିଜ୍ଞପ୍ତିରେ କହିଛନ୍ତି ଯେ, ଶ୍ରୀଗଜପତି ମହାରାଜାଙ୍କ ନିର୍ଦ୍ଦେଶାନୁସାରେ ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଗତ ସେପ୍ଟେମ୍ବର ୬ ତାରିଖରେ ଶ୍ରୀଗଜପତି ମହାରାଜା ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ISKCON Governing Body Commissionର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ)ର ଚୂଡାନ୍ତ ନିଷ୍ପଭି କ୍ରମେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ISKCON ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ।

ISKCON ଗଭର୍ଣ୍ଣିଂଙ୍ଗ ଅଧ୍ୟକ୍ଷ ତାଙ୍କ ଗତ ୧୯ ତାରିଖ ପତ୍ର ମାଧ୍ୟମରେ ଶ୍ରୀଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି ଯେ, ISKCON ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତ ତିଥ୍‌ (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ ସେମାନେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କର ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତଥ୍ୟ ଅନୁଯାୟୀ ଅର୍ଥାତ୍‌ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍ୟ ଠାରୁ ଆରମ୍ଭ ହେଉଥ‌ିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରାର ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇ ପାରୁନାହାନ୍ତି। ଉପରୋକ୍ତ ISKCON GBC ଅଧ୍ୟକ୍ଷଙ୍କ ପତ୍ରର ଉତ୍ତର ଦେଇ ଶ୍ରୀ ଗଜପତି ମହାରାଜା ଆଜି GBC ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖୁ ସେମାନଙ୍କ ସିଦ୍ଧାନ୍ତର ପୁର୍ନବିଚାର କରିବାକୁ ଓ ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖୁ ସମସ୍ତ ଦେଶର ISKCON ମନ୍ଦିରମାନେ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍‌ ଠାରୁ ଆରମ୍ଭ ହେଉଥ‌ିବା ନଅ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବା ନିମନ୍ତେ ଦିଗ୍‌ଦର୍ଶନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking