23.1 C
Bhubaneswar
Sunday, February 8, 2026
Homeଓଡିଶାଯୁବପୀଢ଼ି ଉଦ୍ୟୋଗୀ ହେବା ସହ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ :...

ଯୁବପୀଢ଼ି ଉଦ୍ୟୋଗୀ ହେବା ସହ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ : ରାଜ୍ୟପାଳ

ଭୁବନେଶ୍ୱର: ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟର ଉଦଘାଟନ କରି ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି।ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଏହି ନବନିର୍ମିତ ପ୍ୟକେଜିଂ ୟୁନିଟ ଓଡ଼ିଶାର ଶିଳ୍ପ ଆତ୍ମନିର୍ଭରଶୀଳ ଯାତ୍ରାରେ ଏକ ମାଇଲଖୁଣ୍ଟ ସଦୃଶ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉଚ୍ଚ ମାନର ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ ପାଇଁ ଉତ୍ସର୍ଗୀକୃତ ଏହି ସୁବିଧା ଅନ୍ୟ ରାଜ୍ୟରୁ ଫ୍ଲେକ୍ସିବଲ ପ୍ୟାକେଜିଂ ସାମଗ୍ରୀ ଉପରେ ଓଡିଶାର ନିର୍ଭରଶୀଳତା ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକୁ ସେବା ଯୋଗାଇବା ଉପରେ ବିଶେଷ ଧ୍ୟାନ ଦେଇଛି।ଏହି ପ୍ରକଳ୍ପ କେବଳ ଶିଳ୍ପ ଇକୋସିଷ୍ଟମକୁ ମଜବୁତ୍ କରିବ ନାହିଁ ବରଂ ନିଯୁକ୍ତି ଏବଂ ନବ ସୃଜନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟପାଳ କହିଥିଲେ।

ଏତଦବ୍ୟତୀତ ରାଜ୍ୟପାଳ କହିଥିଲେ ଯେ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମ୍ଭାବନାରେ ପରିପୂର୍ଣ ଏବଂ ଯେଉଁମାନେ ଆଗକୁ ବଢ଼ିବାକୁ ସାହସ କରନ୍ତି ସେମାନଙ୍କ ପାଇଁ ଅସୀମ ସୁଯୋଗ ରହିଛି।ରାଜ୍ୟ ସରକାର ଉଦ୍ୟୋଗ ଓ ଶିଳ୍ପ ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଏଣୁ ଆମର ଯୁବପୀଢ଼ିକୁ ଉଦ୍ୟୋଗୀ ହେବା ସହ ନବ ସୃଜନକୁ ଆପଣେଇବା, ସାହସୀ ପଦକ୍ଷେପ ନେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବା ନିମନ୍ତେ ଉତ୍ସାହିତ କରିବାକୁ ସମସ୍ତେ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ । ଫ୍ଲେକ୍ସିବଲ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଦୁଇ ଜଣ ଉଦ୍ୟୋଗୀ ଶ୍ରୀକାନ୍ତ ଖଟୁଆ ଓ ପ୍ରୀତିଶ ସାହୁଙ୍କର ଉଲେଖନୀୟ ପଦକ୍ଷେପ, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା,ଅନୁକରଣୀୟ ନେତୃତ୍ଵ ଓ ପ୍ରତିବଦ୍ଧତା ପାଇଁ ରାଜ୍ୟପାଳ ଖୁସି ପ୍ରକଟ କରିବା ସହ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଯାତ୍ରା ଓଡ଼ିଶାର ଯୁବପୀଢ଼ି ଓ ଉଦ୍ୟୋଗୀ ମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ପ୍ରଦାନ କରିବ ବୋଲି କହିଥିଲେ। ଯୁବପୀଢ଼ି ସଠିକ୍ ଦୃଷ୍ଟିକୋଣ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆହ୍ବାନକୁ ମୁକାବିଲା କରିବାର ସାହସ ନେଇ ଉଦ୍ୟୋଗୀ ହେବା ସହ “ବିକଶିତ ଓଡ଼ିଶା – ବିକଶିତ ଭାରତ”ଗଠନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ଼ଃ କମ୍ଭମପାଟି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥିଭାବେ ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ଏବଂ ଏମ ଏସ ଏମ ଇ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଯୁବପିଢୀକୁ ଉଦ୍ୟୋଗୀ ହେବା ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଓଡ଼ିପାକ ସୋଲ୍ୟୁସନର ମ୍ୟାନେଜିଂ ପାର୍ଟନର ଶ୍ରୀକାନ୍ତ ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲାବେଳେ ପାର୍ଟନର ପ୍ରୀତିଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଇଣ୍ଡଷ୍ଟ୍ରିଜ ଫେଡେରେସନର ଚେୟାରମ୍ୟାନ ଡ଼ଃ ଶରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏଇ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking