25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମା’ର ଆଖି ସାମ୍ନାରେ ଝିଅକୁ ମାରିଦେଲା କଲରାପତରିଆ

ମା’ର ଆଖି ସାମ୍ନାରେ ଝିଅକୁ ମାରିଦେଲା କଲରାପତରିଆ

ଲକ୍ଷ୍ନୌ: ମା’ର ଆଖି ସାମ୍ନାରେ ଜନ୍ମ କଲା ଝିଅକୁ ମାରି ଦେଇଛି ଗୋଟିଏ କଲରାପତରିଆ। ୮ ବର୍ଷର ଝିଅଟି ବେଶ ହସଖୁସିରେ ମା’ର ହାତ ଧରି ଚାଷ ଜମିକୁ ଚାଲି ଚାଲି ଯାଉଥିଲା। ହେଲେ ବୁଦା ନିକଟରେ ଲୁଚି ବସିଥିବା ଗୋଟିଏ କଲରାପତରିଆ ଝିଅକୁ ଗୋଟିଏ ଜମ୍ପରେ ଝାମ୍ପି ନେଇ ମାରି ଦେଇଛି। ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲା ମାଲାକପୁର ଗାଁରେ ଏଭଳି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ୮ ବର୍ଷର ତନ୍ୟା କୁମାରୀ ଶୁକ୍ରବାର ସକାଳ ପ୍ରାୟ ୮.୩୦ରେ ମା’ଙ୍କ ସହ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଗୋଟିଏ ବିରାଟକାୟ କଲରାପତରିଆ ବା ଲିଓପାର୍ଡ ସିଧା ଆସି ତନ୍ୟାକୁ ମା’ ସୁନୀତା ଦେବୀଙ୍କ ପାଖରୁ ଝାମ୍ପି ନେଇ ପଳାଇଥିଲା। ଆଖି ସାମ୍ନାରେ ଝିଅକୁ ବାଘ ନେଇ ଯାଉଥିବା ଦେଖି ସୁନୀତା ଦେବୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତାଙ୍କ ଡାକ ଶୁଣି ଗାଁ ଲୋକମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଆଖପାଖ ଅଞ୍ଚଳରେ ତନ୍ୟାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking