26.1 C
Bhubaneswar
Friday, March 27, 2026
Homeଓଡିଶାରାଜ୍ୟ ବିଜେପି ସରକାର ଓଡ଼ିଆ ଅସ୍ମିତା ନୁହେଁ ବରଂ କେନ୍ଦ୍ର ଅସ୍ମିତା ପାଇଁ କାର୍ଯ୍ୟରତ: ବିଜେଡି

ରାଜ୍ୟ ବିଜେପି ସରକାର ଓଡ଼ିଆ ଅସ୍ମିତା ନୁହେଁ ବରଂ କେନ୍ଦ୍ର ଅସ୍ମିତା ପାଇଁ କାର୍ଯ୍ୟରତ: ବିଜେଡି

– ଓଡ଼ିଆ ଅସ୍ମିତା ନାରା ଏକ ଜୁମଲାରେ ପରିଣତ ହୋଇଛି
– ୪୧ ବର୍ଷ ପରେ ଅଣଓଡ଼ିଆ ମୁଖ୍ୟ ଶାସନ ପଦରେ ବସିଲେ

ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଆଜି ବିଜେପି ଉପରେ ବର୍ଷିଛନ୍ତି। ଓଡ଼ିଆ ଅସ୍ମିତାକୁ ଏକ ପ୍ରସଙ୍ଗ କରି ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା କିନ୍ତୁ ତାଙ୍କର ଏହି ଦୁଇ ମାସର ଶାସନ ସମୟରେ ଓଡ଼ିଆ ଅସ୍ମିତା ଚୁଲିକି ଯାଇଛି। ଓଡ଼ିଆ ଅସ୍ମିତା କଣ ସଠିକ ଭାବେ ବୁଝି ନଥିବା ବିଜେପି ରାଜ୍ୟବାସୀଙ୍କୁ ଓଡ଼ିଆ ଅସ୍ମିତା ଉପରେ ଜ୍ଞାନ ବାଣ୍ଟିବାକୁ ଅପଚେଷ୍ଟା କରୁଛି, ଯାହା ଆଜି ପର୍ଦାଫାଶ ହେଲାଣି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ।

ସେ ଆହୁରି କହିଥିଲେ, ପ୍ରାୟ ଏକଚାଳିଶ ବର୍ଷ ପରେ ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାରଙ୍କ ଦ୍ଵାରା ଜଣେ ଅଣ ଓଡିଆଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆସନରେ ନିଯୁକ୍ତି ଦିଆଗଲା। ତାଙ୍କୁ ପୁଣି ଶ୍ରୀମନ୍ଦିର ପରିଚାଳନା କମିଟିର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି। ରାଜ୍ୟର ରାଜସ୍ୱ ମନ୍ତ୍ରୀ ଭାରତ ମାତା କି ଜୟ ଜାଗାରେ ଡାରତ ମାତା କି ଜୟ ଲେଖୁଛନ୍ତି। ତେଣୁ ବିଜେପିର ଓଡ଼ିଆ ଅସ୍ମିତା ଏକ ଜୁମଲାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ଓ କେନ୍ଦ୍ର ନିର୍ଦେଶରେ ଓଡ଼ିଶାରେ ଶାସନ ଚାଲିଛି ବୋଲି କହିବା ସହ କେନ୍ଦ୍ର ଅସ୍ମିତା ରକ୍ଷା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଅଛନ୍ତି ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking