22.1 C
Bhubaneswar
Wednesday, January 21, 2026
Homeଓଡିଶାସରକାରଙ୍କ ଉପରେ ବର୍ଷିଲେ : ଲେଖାଶ୍ରୀ

ସରକାରଙ୍କ ଉପରେ ବର୍ଷିଲେ : ଲେଖାଶ୍ରୀ

ଭୁବନେଶ୍ୱର : ଏ ସରକାରରେ ତାଳମେଳ ନାହିଁ ବୋଲି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି | ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳିବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ । ଲେଖାଶ୍ରୀ କହିଛନ୍ତି ‘ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା ଅସହିଷ୍ଣୁତା ବାରି ହେଉଛି। ଏ ବିଷୟରେ ମୋହନ ସରକାରଙ୍କୁ ବୋଧେ କିଛି ଜଣାନାହିଁ । ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣିପାରୁନି। ବିଜୁବାବୁଙ୍କ ଲିଗାସି ହଟାଇବାକୁ ପ୍ରୟାସ କରୁଛନ୍ତି। ବିଜୁ ବାବୁ ଓଡ଼ିଆ ଅସ୍ମିତାର ପରିଚୟ ନା ନାହିଁ ସ୍ପଷ୍ଟ କରନ୍ତୁ ସରକାର। ଜାତି ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଭଲ ଭାବେ ବୁଝି ନାହିଁ ବିଜେପି। ବିଜୁ ବାବୁଙ୍କ ଅବଦାନକୁ ଅବମାନନା କରିବା ଓ ତାଙ୍କ ନାଁ ଜନ ମାନସରୁ ହଟାଇବାକୁ ପ୍ରୟାସ କରୁଛନ୍ତି ନୂଆ ବିଜେପି ସରକାର। ଭଲ କାମ କରି ଲୋକଙ୍କ ପ୍ରିୟ ହୁଅନ୍ତୁ। ପ୍ରବାଦ ପୁରୁଷଙ୍କ ନା ଜନମନସରୁ ହଟାଇବାବୁ ଅପଚେଷ୍ଟା ନକରନ୍ତୁ’।‘ସରକାର ନିଜେ କଣ କରୁଛନ୍ତି ଜାଣି ପାରୁନାହାଁନ୍ତି। ମୋହନ ବାବୁଙ୍କ ଆୟତରେ ରାଜ୍ୟ ସରକାର ନାହାନ୍ତି। କ୍ରୀଡା ବିଭାଗ ବିଜ୍ଞପ୍ତି ଜାରି କରିଛି ମୁଖ୍ୟମନ୍ତ୍ରୀ ଖଣ୍ଡନ କରୁଛି। ଅନେକ ବିଭାଗ ଅନେକ ଟିକା ଟିପ୍ପଣୀ ଦେଉଛନ୍ତି ଅନ୍ୟ ଜଣେ ମନା କରୁଛନ୍ତି। ଏହା ଅପରିପକ୍ୱ, ଅନଭିଜ୍ଞ ସରକାର। ଇତିହାସକୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନକରନ୍ତୁ ସରକାର। ଓଡ଼ିଶା ଲୋକଙ୍କ ଭାବାବେଗକୁ କୁଠାରଘାତ ହେବା ଭଳି କାମ ନକରନ୍ତୁ ସରକାର। ସରକାର ଆକ୍ରୋଶମୂଳକ ବ୍ୟବହାର କରୁଛନ୍ତି । ଗତ ସରକାର ଙ୍କସବୁ ଉପଲବ୍ଧିକୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ଲକ୍ଷ୍ମୀ ବସ୍ ରଙ୍ଗ ବଦଳେଇବା, ଭୁଲ୍ ତଥ୍ୟ ଦେବା, ଲୋଗୋ ଚେଞ୍ଜ କରିବା ଭଳି ପଦକ୍ଷେପ ନେଉଛନ୍ତି। ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ନ କରନ୍ତୁ’ ବୋଲି କହିଛନ୍ତି ଲେଖାଶ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking