25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶକ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ନେଲେ ଲେଗ୍-ସ୍ପିନର ପୀୟୂଷ

କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ନେଲେ ଲେଗ୍-ସ୍ପିନର ପୀୟୂଷ

ନୂଆଦିଲ୍ଲୀ: ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି । ପୀୟୂଷ ଚାୱଲା ଆଜି ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଥିଲେ । ଚାୱଲା ୨୦୦୭ ଟି-୨୦  ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ ଦଳର ଅଂଶ ଥିଲେ । ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ସେହି ଦୁଇଟି ବିଶ୍ୱକପ୍ ଜିତିଥିଲା । ୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ କୃତଜ୍ଞତାର ସହିତ ଏହି ଅଧ୍ୟାୟର ଶେଷ କରୁଛି । ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି । ଏହି ସୁନ୍ଦର ଯାତ୍ରାରେ ମୋତେ ସର୍ବଦା ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’ ଏହା ସହିତ ପୀୟୂଷ ଚାୱଲା ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।ପୀୟୂଷ ଚାୱଲା ଭାବପ୍ରବଣ ହୋଇ ଲେଖିଲେ, ‘ଆଜି ମୋ ପାଇଁ ଏକ ବହୁତ ଭାବପ୍ରବଣ ଦିନ, କାରଣ ମୁଁ ଆନୁଷ୍ଠାନିକ ଭାବରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି । ଯଦିଓ ମୁଁ ଆଉ ପିଚ୍‌ରେ ପାଦ ରଖିବି ନାହିଁ, ହେଲେ କ୍ରିକେଟ୍ ସବୁବେଳେ ମୋ ଭିତରେ ରହିବ। ମୁଁ ଏହି ସୁନ୍ଦର ଖେଳର ଶିକ୍ଷାକୁ ମୋ ସହିତ ବହନ କରି ଏକ ନୂତନ ଯାତ୍ରାକୁ ଯିବାକୁ ଉତ୍ସାହିତ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking