ଭୁବନେଶ୍ୱର: ପୁଲିସ କର୍ମଚାରୀଙ୍କ ଛୁୁଟି ବାତିଲ କରାଯାଇଛି । ଯୁଦ୍ଧସ୍ଥିତି ଭିତରେ ପୁଲିସ କମିଶନରଙ୍କ ନିର୍ଦ୍ଦେଶନାମା ହୋଇଛି । ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ, ଯୁଦ୍ଧସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ ହୋଇଛି । ଅମୃତସର ଯାଏଁ ଗଡିବନି ହୀରାକୁଦ ଏକ୍ସପ୍ରେସ । ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ ଏହି ଟ୍ରେନ । ପୂର୍ୱତଟ ରେଳବାଇ ତରଫରୁ ସୂଚନା ମିଳିଛି ।