26.1 C
Bhubaneswar
Sunday, March 1, 2026
Homeଓଡିଶାରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ..

ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ..

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ଆନନ୍ଦ ସହକାରେ ଏହି ପର୍ବ ପାଳନ କରିବାକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ ହୋଲିରେ କେଉଁ ରଙ୍ଗ ବ୍ୟବହାର କରିବେ, ତ୍ୱଚା, କେଶ ଓ ପରିବେଶ ପାଇଁ କେଉଁ ରଙ୍ଗ ଉପଯୁକ୍ତ ଆଦି ବିଷୟରେ ସ୍ବାସ୍ଥ୍ୟ ବିଶେଷଜ୍ଞ କିଛି ଜରୁରୀ ତଥ୍ୟ ଦେଇଛନ୍ତି । ଏହା ସହିତ ରଙ୍ଗର ପର୍ବ ପାଳନ ବେଳେ କିପରି ନିଜକୁ ସୁରକ୍ଷିତ ରହିବେ ସେ ବିଷୟରେ ଆସନ୍ତୁ ଖବରରେ ଜାଣିବା…

ଆଉ ଦିନକର ଅପେକ୍ଷା ମାତ୍ର । ଦୋଳପୂର୍ଣ୍ଣିମା ପରେ ରଙ୍ଗର ପର୍ବ ହୋଲି ଆସି ପହଞ୍ଚିଯିବ । ଏହି ପର୍ବରେ ଆବାଳ ବୃଦ୍ଧବନିତା ପରସ୍ପର ସହ ରଙ୍ଗ ବା ଫଗୁ ଖେଳି ଆନନ୍ଦ ମନାଇଥାନ୍ତି । ରାଜଧାନୀରେ ବିଭିନ୍ନ ସ୍ଥାନରେ ରଙ୍ଗର ପସରା ଦେଖିବାକୁ ମିଳୁଛି । ଲୋକେ ମଧ୍ୟ ରଙ୍ଗ ଦୋକାନରେ ଭିଡ଼ ଜମାଇବା ଆରମ୍ଭ କରିଲେଣି l ହେଲେ ବଜାରରେ ମିଳୁଥିବା କଡା ରସାୟନ ତଥା କେମିକାଲ ଯୁକ୍ତ ରଙ୍ଗ ତ୍ୱଚା, କେଶ ଓ ପରିବେଶ ପାଇଁ ବେଶ୍ କ୍ଷତିକାରକ l ଏହା ପରିବର୍ତ୍ତେ ବର୍ତ୍ତମାନ ବଜାରରେ ବିନା କେମିକାଲ ହର୍ବାଲ ବା ପ୍ରାକୃତିକ ରଙ୍ଗ ଉପଲବ୍ଧ ହେଉଛି । ଏହାର ଚାହିଦା ମଧ୍ୟ ବେଶ୍ ବଢିବାରେ ଲାଗିଛି ।

ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆ ନୂଆ ରଙ୍ଗ ବଜାରକୁ ଆସିଛି । ଏଥିର ଛୋଟ ଛୋଟ ପିଲାଙ୍କ ପାଇଁ ନୂଆ ପିଚକାରୀ ସହିତ ବନ୍ଧୁକ ଆସିଛି । ଜଣେ ରଙ୍ଗ ବେପାରୀ କହିଛନ୍ତି, “ଏଥର ଆମେ ଅଧିକ ହର୍ବାଲ ରଙ୍ଗ ଆଣିଛୁ ବିକ୍ରି କରିବା ପାଇଁ । ବଜାରରେ କେମିକାଲ ଯୁକ୍ତ ରଙ୍ଗ ମିଳୁଛି ମାତ୍ର ଦେହ ପାଇଁ ବହୁତ କ୍ଷତିକାରକ l ଗ୍ରାହକମାନଙ୍କ ମଧ୍ୟରେ ହର୍ବାଲ ରଙ୍ଗର ଚାହିଦା ରହିଛି । ତେଣୁ ଆମେ ବି ଲୋକଙ୍କୁ କହୁଛୁ ହର୍ବାଲ ରଙ୍ଗ ନେବା ପାଇଁ l ସେହିପରି ଫଗୁ ମଧ୍ୟ ବହୁତ ପରିମାଣରେ ଆମେ ରଖିଛୁ l ବିଭିନ୍ନ ପ୍ରକାରର ସୁଗନ୍ଧମୟ ଏବଂ ବିଭିନ୍ନ ରଙ୍ଗ ରହିଛି l”

ରୋଗୀ ଓ ଶିଶୁ ମାନଙ୍କୁ ସୁରକ୍ଷିତ ରଖନ୍ତୁ
ମୁଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଟୋପି ପିନ୍ଧନ୍ତୁ
ଆଖିରେ ଚଷମା ଲଗାନ୍ତୁ
ଚର୍ମ, ଶ୍ବାସ ରୋଗୀ ନିଜର ବିଶେଷ ଯତ୍ନ ନିଅନ୍ତୁ
ମୁହଁ ଓ ଆଖିରେ ରଙ୍ଗ ନ ପଡିବା ପାଇଁ ମାସ୍କ ବ୍ୟବହାର କରିପାରିବେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking