ଭୁବନେଶ୍ୱର: ଆମ ଶରୀରରେ ଥାଇରଏଡ ସିଷ୍ଟମ ଅତି ଗୁରୁତ୍ବପୂର୍ଣ୍ଣ । ଥାଇରଏଡ ଗ୍ରନ୍ଥି ମେଟାବୋଲିଜିମ୍ ରେଗୁଲେଟ୍ କରିବାରେ ବଡ଼ ଭୂମିକା ଗ୍ରହଣ କରେ । ହେଲେ ଯଦି ଥାଇରଏଡ ଗ୍ରନ୍ଥି ଦ୍ବାରା ବାହାରୁଥିବା ଥାଇରକ୍ସିନ ହରମୋନ୍ ଅଧିକ କିମ୍ବା ବହୁତ କମ୍ ହୁଏ ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ । ଥାଇରଏଡ ଜନିତ ସମସ୍ୟାକୁ ଦୁଇ ପ୍ରକାରେ ବିଭକ୍ତ କରାଯାଏ । ଯଦି ଥାଇରଏଡ ହରମୋନ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଏହି ସ୍ଥିତିକୁ ’ହାଇପରଥାଇରାଏଡଜିମ୍’ କୁହାଯାଏ । ଆବଶ୍ୟକତାଠାରୁ କମ୍ ହେଲେ ’ହାଇପୋଥାଇରଏଡଜିମ୍’ କୁହାଯାଏ ।
ହାଇପରଥାଇରଡିଜିମ୍ ଲକ୍ଷଣ:
- ଥାଇରଏଡ ସମସ୍ୟା ଥିବା ଲୋକଙ୍କୁ ଅଧିକ ଥକ୍କା ଲାଗିଥାଏ ।
- ଥାଇରଏଡ ହରମୋନ କମିଲେ ଓଜନ ବୃଦ୍ଧି ପାଏ
- ଅଧିକ କେଶ ଝଡ଼େ
- ଅତ୍ୟଧିକ ଝାଳ ବୋହେ
- ଡ୍ରାଏ ସ୍କିନ ବା ତ୍ବଚା ଶୁଷ୍କ ଲାଗେ
- ଥାଇରଏଡ ଗ୍ରନ୍ଥିରେ ପରିବର୍ତ୍ତନ ଯୋଗୁଁ ବେକ ଫୁଲେ
- ଶରୀରର ତାପମାତ୍ରା ବଦଳେ
- ପାଗ ଭଲ ଥିଲେ ବି ଥଣ୍ଡା ନହେଲେ ଗରମ ଲାଗେ
- ପତଳା ଶୁଖିଲା କେଶ ଏବଂ ନଖ ଭଙ୍ଗୁର ହେବ
- ଗୋଡ, ଗଣ୍ଠି ଓ ବାହୁରେ ଯନ୍ତ୍ରଣା
- ହାତ ଝିମ୍ଝିମ୍ ଲାଗେ
- କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ
- ମାସିକ ଋତୁସ୍ରାବ ଅନିୟମିତ ହୁଏ
ହାଇପୋଥାଇରଏଡିଜିମ୍ ଲକ୍ଷଣ:
- ଶରୀରରେ ଥାଇରଏଡ ହରମୋନ ଅଧିକ ବଢିଗଲେ ଓଜନ ହ୍ରାସ ପାଏ
- ମାଂସପେଶୀ ଦୁର୍ବଳ ହୁଏ ଓ ହାତ ଥରେ
- ଆଖି ସମସ୍ୟା ଦେଖାଦିଏ
- ଅନିୟମିତ ଋତୁସ୍ରାବ ହୁଏ
ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଥାଇରଏଡ ଅନ୍ୟତମ । ବିଶେଷକରି ମହିଳାମାନଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।










