27.1 C
Bhubaneswar
Saturday, September 28, 2024
Homeଓଡିଶାବିଜେପିରେ ନେତାଙ୍କ ପୁଅ ନେତା ହୁଏନି : ଜେ ପି ନଡ୍ଡା

ବିଜେପିରେ ନେତାଙ୍କ ପୁଅ ନେତା ହୁଏନି : ଜେ ପି ନଡ୍ଡା

ଭୁବନେଶ୍ୱର : ବିଜେପିରେ ନେତା ପୁଅ ନେତା ହୁଏନି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ନଡ୍ଡା ବିଜେପିର ସଦସତ୍ୟତା ଅଭିଯାନରେ ଯୋଗଦେବା ଅବସରରେ ଏହା କହିଛନ୍ତି । ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ସେ କହିଛନ୍ତି ଯେ ଭାରତରେ ୫ ହଜାର ପାର୍ଟି ଥିବାବେଳେ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ରହିଛନ୍ତି । ତେବେ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରଜନୈତିକ ଦଳ । ଆପଣମାନେ କଂଗ୍ରେସରେ ଏଭଳି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି ।  ସେ କହିଛନ୍ତି ଯେ  ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ୱଚ୍ଛଭାବେ ସଦସ୍ୟତା ଗ୍ରହଣ ହୁଏ ।  ସଦସ୍ୟତା ଗ୍ରହଣ ଶେଷ ହେବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ଆମର ଏଠି ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ । ଆମ ବାମପନ୍ଥୀ ଭାଇମାନେ କାହା ସହ ଦୋସ୍ତୀ କଲେ କ’ଣ ହେଲା । ସେମାନେ ପଶ୍ଚିମବଙ୍ଗରେ ଲଢ଼ୁଛନ୍ତି, ଦିଲ୍ଲୀରେ ସାଥୀ ହେଉଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟାଇ ସମ୍ବିଧାନକୁ ସାର୍ବଭୌମ କରାଯାଇଛି ।  ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ସେଠାରେ ନିର୍ବାଚନ ହେଉଛି । ବିଜେପି ଲାଷ୍ଟ ମ୍ୟାନ ଆଟ ଲାଷ୍ଟ ମାଇଲ କଥାରେ ବିଶ୍ୱାସ କରେ । ବାଂଲାଦେଶ, ପାକିସ୍ତାନ, ଇରାନରେ ଟ୍ରିପିଲ ତଲାକ ନାହିଁ । କିନ୍ତୁ ଭାରତରେ ଧର୍ମନିରପେକ୍ଷ ନାମରେ  ଟ୍ରିପିଲ ତଲାକ ଚାଲିଥିଲା । ମୋଦୀ ଆସିଲେ । ମୁସଲମାନ ଭଉଣୀଙ୍କୁ ଏ ସମସ୍ୟାରୁ ମୁକ୍ତି ଦେଲେ । ଆମର କ୍ୟାଡର ପାର୍ଟି । ୬ ବର୍ଷରେ ସମସ୍ତଙ୍କ ସଦସ୍ୟତା ଶେଷ ହୋଇଯାଏ । ୨ ସେପ୍ଟେମ୍ବରରୁ ଏଯାବତ ୬ କୋଟି ସଦସ୍ୟ ଗ୍ରହଣ ହେଲେଣି ବୋଲି ନଡ୍ଡା କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ୨୦୪୭ରେ ଭାରତକୁ ବିକଶିତ କରିବା । ଏନେଇ ସମସ୍ତଙ୍କ ସହଯୋଗ ଜରୁରୀ । ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି । ମୋଦୀଙ୍କ ନେତୃତ୍ୱରେ ଆଜି ଆମେ ବ୍ରିଟେନକୁ ପଛରେ ପକାଇଛୁ । ଭାରତ ଆଜି ବିଶ୍ୱର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି । ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି  ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି । ୭୦ ବର୍ଷରୁ ଅଧିକ ୬ କୋଟିରୁ ଅଧିକ ଲୋକ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଭାରତରେ କେହି କଚ୍ଚାଘରେ ରହିବେନି । ଆଉ ୩ କୋଟି ଘର ମଞ୍ଜୁର ହୋଇଥିବା ଜେପି ନଡ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking