27.1 C
Bhubaneswar
Friday, July 11, 2025
Homeଓଡିଶାବିଜେଡ଼ିରେ ମିଶିଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଦଳର ନେତୃବୃନ୍ଦ

ବିଜେଡ଼ିରେ ମିଶିଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଦଳର ନେତୃବୃନ୍ଦ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀ ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବିଭିନ୍ନ ଦଳରୁ ଆସି ବିଜୁ ଜନତା ଦଳରେ ସାମିଲ୍‌ ହୋଇଥିବା ସମସ୍ତଙ୍କୁ ଶ୍ରୀ ରନ୍ଧାରୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାବାସୀଙ୍କ ଲୋକପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲୁ । ବିଜୁ ଜନତା ଦଳରେ ସାମିଲ ହୋଇ ଆମେ ବହୁତ ଖୁସି ଅନୁଭବ କରୁଛୁ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସରପଞ୍ଚ ସର୍ବଶ୍ରୀ ପ୍ରମିଳା ମୁଦୁଲି, ଶଙ୍କର ନାୟକ, ରୁକ୍ମୁଣୀ ମାଝୀ, ସମିତିସଭ୍ୟ ସର୍ବଶ୍ରୀ ଦୁର୍ଯୋ ମାଝୀ, ଜିତେନ୍ଦ୍ର ହରିଜନ, ସୋମନାଥ ସୌରା, ବରିଷ୍ଠ କଂଗ୍ରେସ ନେତା ମନ୍ଦର ଜାନୀ ଓ ବିପିନି ବିଶୋୟୀ, ପୂର୍ବତନ ସରପଞ୍ଚ କୁମର ପୂଜାରୀ ପ୍ରମୁଖ ବିଜେଡ଼ିରେ ସାମିଲ୍ ହୋଇ କହିଥିଲେ ଯେ, ଆମେ ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ବହୁତ ଖୁସି । ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନ୍ନା ଖାନ), ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking