25.8 C
Bhubaneswar
Monday, January 6, 2025
Homeଓଡିଶାରତ୍ନଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; ଏସ୍‌ଓପି ନିର୍ଦ୍ଧାରଣ, ଆଜି ଚୂଡ଼ାନ୍ତ ନିଷ୍ପତ୍ତି

ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା; ଏସ୍‌ଓପି ନିର୍ଦ୍ଧାରଣ, ଆଜି ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ନିର୍ଦ୍ଧାରଣ ହୋଇଛି । ଆଜି (ଶନିବାର) ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏଭଳି ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଶୁକ୍ରବାର ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ଏସ୍‌ଓପି ନିର୍ଦ୍ଧାରଣ ହୋଇଛି, ସେନେଇ ଆଇନଗତ ତର୍ଜମା ଚାଲିଛି । ଏସ୍‌ଓପି ଅନୁସାରେ ଶନିବାର ବିଧିବଦ୍ଧ ଭାବେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ମନ୍ତ୍ରୀ କହିଛନ୍ତି ଯେ, ରତ୍ନ ଭଣ୍ଡାର ଖୋଲିବା ନେଇ ନୂଆ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦରକାର୍ ପଡିଲେ ଚାବି ଭଙ୍ଗାଯିବ ବୋଲି ନୂଆ ତଦାରଖ କମିଟି ସ୍ପଷ୍ଟ କରିଛି ।

ତେବେ ରତ୍ନ ଭଣ୍ଡାର ଖୋଲିବାର ପ୍ରଥମ ଦିନରେ ଯାଞ୍ଚ ପରେ ସ୍ଥିତି ଅନୁସାରେ ବ୍ୟବସ୍ଥା କରାଯିବ । ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ପ୍ରାୟତଃ ସ୍ଥିର ହୋଇଛି । ସେବାୟତମାନେ ବି ଏହାକୁ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀମନ୍ଦର ସତ୍ତ୍ୱଲିପି ଅନୁଯାୟୀ ପ୍ରତି ତିନି ବର୍ଷରେ ରତ୍ନଭଣ୍ଡାର ଖୋଲି ଗଣତି କରିବାର ନିୟମ ରହିଛି । ହେଲେ ୧୯୭୮ରେ ରେତ୍ନଭଣ୍ଡାର ଖାଲାଯାଇଥିଲା ହେଁ ପରେ ଖୋଲାଯାଇନାହିଁ । ଏବେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଦୀର୍ଘ ବର୍ଷ ପରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking