ଭୁବନେଶ୍ୱର: ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରଙ୍କ ପାଇଁ ନୂଆ ବ୍ୟବସ୍ଥା । ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କଲେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ଵଛ, ସରଳ ଓ କାର୍ଯ୍ୟକ୍ଷମ କରିବ । ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ୟଦକ୍ଷତା ସଂରକ୍ଷିତ ରହିବ । ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ । ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟ ଏହି ବ୍ୟବସ୍ଥା ଆପଣାଇବେ । ଇ-ଆଇବି ଡିଜିଟାଲ ବୁକିଂ ପ୍ଲାଟଫର୍ମର ମଧ୍ୟ ହେଲା ଶୁଭାରମ୍ଭ ।









