25.1 C
Bhubaneswar
Thursday, December 26, 2024
Homeଓଡିଶାଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

• ଅଡିଓ -ଭିଜୁଆଲ ଟେକ୍ନିସିଆନରେ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ

ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଡିଓ-ଭିଜୁଆଲ ଟେକ୍ନିସିଆନ (AVT) କର୍ମବିଦ୍ୟା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଦକ୍ଷତା ବୃଦ୍ଧି, ବୃତ୍ତିଗତ ତଥା କାର୍ଯ୍ୟ ପରିସରଭୁକ୍ତ କୌଶଳ ବୃଦ୍ଧି ନିମନ୍ତେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ସ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ରେ ଏହାର ଶୁଭାରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣରେ ଖୋର୍ଦ୍ଧା, ଅନୁଗୁଳ ଓ କେନ୍ଦ୍ରାପଡା ଜିଲ୍ଲାର ୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ତିଲୋତ୍ତମI ସେନାପତି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟକୁ ଆଲୋକପାତ କରିଥିଲେ । ସେ କହିଛନ୍ତି, ଭାରତ ସରକାରଙ୍କ କୁଶଳୀ ଭାରତ ଗଢିବାର ପ୍ରୟାସ ଓ ନୂତନ ଶିକ୍ଷାନୀତି ୨୦୨୦ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଉଭୟ ବିଷୟ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି କରାଇବା ବର୍ତ୍ତମାନ ଶିକ୍ଷାନୀତିର ମୂଳ ମନ୍ତ୍ର । ଛାତ୍ରୀଛାତ୍ରୀମାନେ ଅଭ୍ୟାସ ଦ୍ୱାରା ଦକ୍ଷତା ହାସଲ କରି ଜୀବିକା ନିର୍ବାହ କରିପାରିବେ ।

ଅନ୍ୟପକ୍ଷେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍. ଆୟାର ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷାର ପ୍ରାଧ୍ୟାନ୍ୟ ଓ ପରିବର୍ତ୍ତନ କିପରି ଆମ ଯୁବପିଢିଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବ ସେ ନେଇ ଆଲୋଚନା କରିବା ସହ ପ୍ରଶିକ୍ଷଣ ସମୟରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଦିଗଦର୍ଶନ ଦେଇଥିଲେ । ସିଟିଟିସିର ସିନିୟର୍ ମ୍ୟାନେଜର ଡ଼ କେ.ଏମ. ରାଜନ୍ ଆୟୋଜିତ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ପାଇଁ ବ୍ୟବସ୍ଥିତ କୌଶଳ ଭିତ୍ତିକ ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଶ୍ରୀ ଦେବାଶିଷ ଦେଓ ପରିଚାଳନା କରିଥିଲା ବେଳେ ସିନିୟର ମ୍ୟାନେଜର ଶ୍ରୀ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking