ଭୁବନେଶ୍ୱର: ଓଡିଶାରେ ଅତ୍ୟାଧୁନିକ କାରାଭ୍ୟାନ୍ ଟୁରିଷ୍ଟ୍ ସେବାର ଶୁଭାରମ୍ଭ । ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ଭିଜିଏଫ ଯୋଜନା ଦ୍ୱାରା ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ କାରାଭ୍ୟାନ । ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ହୀରାକୁଦ, ଡେବ୍ରିଗଡ, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ । ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ ।










