18.1 C
Bhubaneswar
Thursday, February 12, 2026
Homeଓଡିଶାବିଳମ୍ବିତ ରାତ୍ରିରେ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍

ବିଳମ୍ବିତ ରାତ୍ରିରେ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍। ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟଗେଟର ତାଲା ଭାଙ୍ଗି ହୁଣ୍ଡିବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିନେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ମନ୍ଦିରର ପୂଜକ ପୁଜାର୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ଆଜି ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଲାବେଳକୁ ମନ୍ଦିରର ମୁଖ୍ୟ ଫାଟକର ତାଲାକୁ କାଟି ଭିତରକୁ ଦୁର୍ବୃତ୍ତମାନେ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଥିବାର ଦେଖିଥିଲେ।ଏନେଇ ବାଲିଆପାଳ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking