ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ ବାଂଲାଦେଶ ସୀମା ନିକଟରୁ ଲସ୍କର- ଏ ତୈବା କମାଣ୍ଡର ଶିବିର ଅହମ୍ମଦ ଲୋନକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଲୋନ ଢାକା ନିକଟରେ ଥିବା ତା ଆଡ୍ଡାରୁ ଲସ୍କର ସେଲ ଚଳାଉଥିଲା । ପୋଲିସ କମିଶନର ସତୀଶ ଗୋଲଚାଙ୍କ ଦ୍ୱାରା କଡା ନଜରରେ ରଖାଯାଇଥିବା ଏହି ଅପରେସନ ଦୁଇ ମାସ ଧରି ଚାଲିଥିଲା । ଦିଲ୍ଲୀ କୋଲକାତା ଏବଂ ତାମିଲନାଡୁରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ଲୋନ ସକ୍ରିୟ ଭୂମିକା ଗ୍ରହଣ କରିଥିଲା । ଏହା ଜଣାପଡିବା ପରେ ଅତିରିକ୍ତ ସିପି ପ୍ରମୋଦ କୁଶୱାହା, ଏସିପି ଲଳିତ ନେଗି ଏବଂ ଇନ୍ସପେକ୍ଟର ସୁନୀଲ ରାଜୈନିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଲୋନକୁ ଟ୍ରାକ କରୁଥିଲା । ସେ ବାଂଲାଦେଶରେ ରହି ଆଇଏସଆଇ ନିର୍ଦ୍ଦେଶରେ କାମ କରୁଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ, ଶବୀର ଅହମ୍ମଦ ଗୁପ୍ତ ଭାବରେ କାର୍ଯ୍ୟ କରୁଥିଲା । ଏବଂ ଦେଶ ବିରୋଧୀ ପ୍ରଚାର ପ୍ରସାର କରିବାରେ ସାମିଲ ଥିଲା । ସେ ଅଶାନ୍ତି ସୃଷ୍ଟି କରିବା ଏବଂ ଜନଭାବନାକୁ ପ୍ରଭାବିତ କରିବା ପାଇଁ ଅନେକ ସ୍ଥାନରେ ଆପତ୍ତିଜନକ ଏବଂ ଭାରତ ବିରୋଧୀ ପୋଷ୍ଟର ଲଗାଇଥିଲା । ପୂର୍ବରୁ ଲୋନକୁ ୨୦୦୭ ମସିହାରେ ଆତଙ୍କବାଦ ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।










