24.1 C
Bhubaneswar
Tuesday, December 23, 2025
Homeଓଡିଶାଧର୍ମଶାଳାରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ହରିଲୁଟ, ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ଧର୍ମଶାଳାରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ହରିଲୁଟ, ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ରାଜନୀତି ରୋଚକ ପରିସ୍ଥିତି ଆଡ଼କୁ ଗତି କରୁଛି । ଖଣିଜ ସମ୍ପଦ ହରି ଲୁଟ୍ କୁ ନେଇ ଶାସକ ବିରୋଧି ଦଳ ଭିତରେ ମୁଂହା ମୁହିଁ ହେବା ସଂଗେ ପରସ୍ପର ଆକ୍ଷେପ ପ୍ରତି ଆକ୍ଷେପ ଗଣ ମାଧ୍ୟମରେ ଲଢେଇ ଜୋରଦାର ହେଉଛି lଏବେ ଯାଜପୁର ଜିଲ୍ଲା ଧର୍ମଶାଳାରେ ବେଆଇନ ଭାବେ ବ୍ୟାପକ ଲଘୁ ଖଣିଜ ସମ୍ପଦ ହରିଲୁଟ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ଏନେଇ ଜାରକା ସ୍ଥିତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳାରେ ଏବେ ଯେଉଁ ଭଳି ଭାବେ ବେଆଇନ କଳାପଥର ଉତ୍ତୋଳନ ହୋଇ ଚୋରା ଚାଲାଣ ହେଉଛି ତାହା ପୂର୍ବରୁ କେବେ ହୋଇନଥିଲା। ଏହା ପଛରେ ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଥିବା ନେଇ ସେ ସିଧାସଳଖ ଅଭିଯୋଗ ଆଣିବା ସହ ଜିଲ୍ଲାପାଳ ଓ ଜିଲା ଖଣି ଉପ ନିର୍ଦେଶକଙ୍କୁ ନିଶାନା କରିଛନ୍ତି। ଏଥି ସହିତ ଅନେକ ତଥ୍ୟ ଉପସ୍ଥାପନ କରି ଚୋରି ହେଉଥିବା ଦର୍ଶାଇଥିବା ବେଳେ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ସ୍ଥାନୀୟ ବିଧାୟକ ପୂର୍ବରୁ ଖଣି ଚୋରି ଉପରେ ରୋକ ଲଗାଇବା ନେଇ ବାରମ୍ବାର ଗଣମାଧ୍ୟମରେ କହୁଥିବା ବେଳେ ଏବେ ଚୋରି ରୋକିବା ବଦଳରେ ଚୋରିକୁ କିଏ ପ୍ରୋତ୍ସାହିତ କରୁଛି ବୋଲି ପ୍ରଶ୍ନ କରିବା ସହ ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଧର୍ମଶାଳାବାସୀ ଏହା ସବୁ ଦେଖୁଛନ୍ତି, ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking