28.3 C
Bhubaneswar
Tuesday, May 20, 2025
Homeଓଡିଶାରାୟଗଡ଼ାରେ ବିପୁଳ ପରିମାଣର ଦେଶୀ ମଦ ଜବତ

ରାୟଗଡ଼ାରେ ବିପୁଳ ପରିମାଣର ଦେଶୀ ମଦ ଜବତ

ରାୟଗଡା: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ରାୟଗଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ  ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହି କ୍ରମରେ ଗୁଣୁପୁର ଅବକାରୀ ବିଭାଗ ଓ ଆନ୍ଧ୍ର ଅବକାରୀ ବିଭାଗ ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଂଚଳରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ନଷ୍ଟ କରିଛନ୍ତି । ଗୁଣପୁର ବ୍ଲକ ଅନ୍ତର୍ଗତ ମଙ୍ଗଳଗୁଡା, କତାଗୁଡ଼ା ଓ କାଙ୍ଗମାନଗୁଡ଼ା ଅଂଚଳରେ ଚଢାଉ କରି ଦେଶୀ ମଦ ଭାଟି ଭାଙ୍ଗିବା ସହ ୨୩ ହଜାର ୪୦୦ ଲିଟର ମହୁଲ ପୋଚ ଓ ୮୦୦ ଲିଟର ମହୁଲି ନଷ୍ଟ କରାଯାଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଗୁଣପୁର ଅବକାରୀ ଥାନା ଅଧକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking