15.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଇଣ୍ଡୋନେସିଆର ବେଆଇନ ସୁନା ଖଣିରେ ଭୂସ୍ଖଳନ ; ୧୨ ମୃତ

ଇଣ୍ଡୋନେସିଆର ବେଆଇନ ସୁନା ଖଣିରେ ଭୂସ୍ଖଳନ ; ୧୨ ମୃତ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ଅନ୍ୟ ୧୮ ଜଣଙ୍କ କୌଣସି ପତ୍ତା ମିଳିପାରି ନାହିଁ। ରବିବାର ସକାଳେ ଗୋରୋଣ୍ଟାଲୋ ପ୍ରଦେଶର ସୁମାୱା ଜିଲ୍ଲା ଭୂସ୍ଖଳନରେ ଏକ ବେଆଇନ ଖଣି ନିକଟରେ ରହୁଥିବା ଖଣି ମାଲିକ ଏବଂ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମାଟି ତଳେ ପୋତି ହୋଇଥିବା ପାଞ୍ଚ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାରକାରୀ ଦଳ ସୋମବାର ନିଖୋଜ ୧୮ ଜଣଙ୍କୁ ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଜାତୀୟ ଉଦ୍ଧାରକାରୀ ଦଳ, ପୁଲିସ ଏବଂ ସେନା କର୍ମଚାରୀଙ୍କ ସମେତ ୧୬୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉଦ୍ଧାରକାରୀମାନଙ୍କୁ ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୨୦ କିଲୋମିଟର ଦୂରତା ଅର୍ଥାତ୍ ୧୨.୪୩ ମାଇଲ୍ ଦୂରତା ଅତିକ୍ରମ କରିବାକୁ ପଡିବ। ଏଠାରେ ରାସ୍ତାରେ କାଦୁଅ ଏବଂ ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking