32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନେପାଳରେ ଭୂସ୍ଖଳନ ଏବଂ ବର୍ଷା: ୧୧୨ ମୃତ

ନେପାଳରେ ଭୂସ୍ଖଳନ ଏବଂ ବର୍ଷା: ୧୧୨ ମୃତ

କାଠମାଣ୍ଡୁ : ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୧୨ ଜଣ ପ୍ରାଣ ହରାଇଥିବାବେଳେ ୬୪ ଜଣ ନିଖୋଜ ଥିବା କୁହାଯାଇଛିି। ଗତ ଶୁକ୍ରବାରଠାରୁ ନେପାଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଗତ ୫୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି। ଗତ ଚବିଶ ଘଣ୍ଟା ମଧ୍ୟ​‌ରେ ରାଜଧାନୀ କାଠମାଣ୍ଡୁରେ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ନେପାଳର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଗମତି ଓ ଏହାର ଶାଖା ନଦୀଗୁଡିକର ଜଳ କୂଳ ଲଂଘିଥିବାରୁ ଶତାଧିକ ବାସଗୃହ ଜଳମଗ୍ନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ରବିବାର ସକାଳ ସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ୟ୍ୟରେ ୩ ହଜାର ଯବାନଙ୍କ ସମେତ ହେଲିକପ୍ଟର ଓ ମୋଟର ବୋଟ୍‌କୁ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ରାଜପଥଗୁଡିକ ଅବରୁଦ୍ଧ ହୋଇପଡିଛି। ଶୁକ୍ରବାର ସନ୍ଧ୍ୟାରୁ କାଠମାଣ୍ଡୁ ବିମାନବନ୍ଦରରୁ ୧୫୦ଟି ବିମାନର ଉଡାଣକୁ ବାତିଲ କରାଯାଇଥିଲା। ତେବେ ରବିବାର ସ୍ଥିତିରେ ଉନ୍ନତି ଘଟିବାରୁ ବିମାନସେବା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଶତାଧିକ ପର୍ୟ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ଥିତିରେ ଉନ୍ନତି ଘଟିବା ପର୍ୟ୍ୟନ୍ତ ଅଗ୍ରସର ନ ହେବାକୁ ପର୍ୟ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking