ଭୁବନେଶ୍ୱର: ଅଧିକ ବର୍ଷା ଥିବାରୁ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ଆଶଙ୍କା କରାଯାଉଛି । ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ଗଜପତି ଜିଲ୍ଲାରେ ୩ରୁ ୪ଟି ବ୍ଲକରେ ଭୁସ୍ଖଳନ ଆଶଙ୍କା କରାଯାଇଛି । ରାୟଗଡା, ମାଲକାନଗିରିରେ ମଧ୍ୟ ଭୁସ୍ଖଳନ ଆଶଙ୍କା ରହିଛି । ପାହାଡ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ । ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ ।ଆମ ପାଇଁ ଏଥର ପବନ ଅପେକ୍ଷା ବର୍,ା ଅଧିକ ଚ୍ୟାଲେଞ୍ଜ । ୧୩୦ଟି ଟିମ ପ୍ରସ୍ତୁତ ହୋଇ ରହିଛି । ପରିସ୍ଥିତିକୁ ମୁକାବିଲା କରିବୁ ।










