22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶକେଦାରନାଥରେ ଭୂସ୍ଖଳନ ; ୧ ମୃତ, ୨ ଆହତ

କେଦାରନାଥରେ ଭୂସ୍ଖଳନ ; ୧ ମୃତ, ୨ ଆହତ

ଉତ୍ତରାଖଣ୍ଡ : ଲଗାଣ ବର୍ଷା ଯୋଗୁ କେଦାରନାଥରେ ଭୂସ୍ଖଳନ ଘଟିଛି । କେଦାରନାଥ ଯାତ୍ରୀ ମାର୍ଗ ମନୁକାଟିଆରେ ଭୂସ୍ଖଳନ ହେତୁ ତୀର୍ଥଯାଯାତ୍ରା ବାଧାପ୍ରାପ୍ତ ହୋଇଛି । ଏହି ଭୂସ୍ଖଳନ ଫଳରେ ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ଏହି ଘଟଣାଟି ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଘଟିଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲଗାଣ ବର୍ଷା ସାଙ୍ଗକୁ ପାହାଡ଼ରୁ ପଥର ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂ ରାଜୱାର ସୂଚନା ଦେଇଛନ୍ତି ଯେ ସୋନପ୍ରୟାଗ ପୋଲିସ ଷ୍ଟେସନରୁ ସୂଚନା ମିଳିଥିଲା ଯେ ଶ୍ରୀ କେଦାରନାଥ ଯାତ୍ରା ମାର୍ଗରେ ସୋନପ୍ରାୟାଗ ଏବଂ ମୁଙ୍କତିଆ ମଧ୍ୟରେ ପଥର ଧସିବା ଫଳରେ କିଛି ତୀର୍ଥଯାତ୍ରୀ ପୋତି ହୋଇଯାଇଥିଲେ । ସୂଚନା ପାଇବା ମାତ୍ରେ ଏନଡିଆରଏଫ , ଏସଡିଆରଏଫ, ଡିଡିଆରଏଫ ସମେତ ଜିଲ୍ଲା ପ୍ରଶାସନ ଦଳ ଘଟଣାସ୍ଥଳରେ ପହଂଚିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାରକାରୀ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଯେଉଁଥିରେ ଜଣେ ମୃତ ଏବଂ ୨ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ସୋନପ୍ରୟାଗକୁ ପଠାଇଦିଆଯାଇଥିଲା। ତେବେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking