ମାଲକାନଗିରି: ମାଲକାନଗିରିରେ ଲ୍ୟାଣ୍ଡମାଇନ ବସ୍ଫୋରଣ ଘଟିଛି । ବିସ୍ଫୋରଣରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଛତିଶଗଡ ଉସୁର ଥାନା ଧନଗୋଲ ଗାଁରେ ଏହି ଅଘଟଣ ଘଟିଛି । ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ବିସ୍ଫୋରଣ ଘଟିଥିଲା । ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିଲେ । ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।









