22.1 C
Bhubaneswar
Monday, December 15, 2025
Homeଓଡିଶାଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୨ ଯବାନ ଆହତ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୨ ଯବାନ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରାଇକେଲା ସୀମାନ୍ତରୁ ମାତ୍ର ୩୦ କିମି ଦୂରରେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ ଟାର୍ଗେଟ୍‌ କରିଛନ୍ତି। ସରଣ୍ଡାର ଛୋଟାନାଗରା ଥାନା ଅଞ୍ଚଳର ବାଲିବା ଗାଁ ନିକଟରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ପୂର୍ବରୁ ପୋତିଥିବା ୨ଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଦୁଇ କୋବ୍ରା ଯବାନ ଆହତ ହୋଇଛନ୍ତି।ପ୍ରଥମ ବିସ୍ଫୋରଣରେ ୨୦୯ କୋବ୍ରା ବାଟାଲିଅନର ଯବାନ ଅଲେଖ ଦାସ ଆହତ ହୋଇଥିଲେ। ଏହାର ପ୍ରାୟ ୩୦ ମିନିଟ୍‌ ପରେ ହୋଇଥିବା ଦ୍ବିତୀୟ ବିସ୍ଫୋରଣରେ ମଧ୍ୟ ୨୦୯ ବାଟାଲିୟନର ଯବାନ ନାରାୟଣ ଦାସ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଞ୍ଚି ଏୟାରଲିଫ୍ଟ କରାଯାଇଥିବା ଏସ୍‌ପି ଅମିତ ରେଣୁ ସୂଚନା ଦେଇଛନ୍ତି।ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ଅଞ୍ଚଳରେ ସତର୍କତା ବଢ଼ାଇବା ସହ ସର୍ଚ୍ଚ ଅପରେସନକୁ ଆହୁରି ତୀବ୍ର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking