ଭୁବନେଶ୍ୱର: ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ । ଯେଉଁମାନଙ୍କ ୪ ଡିସିମିଲରୁ କମ ଜମିଥିବ, ସେମାନଙ୍କୁ ଜମି ମିଳିବ । ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସସିମିଲ ଜମି ମିଳିବ । ହୀରାକୁଦ ନିର୍ମାଣରେ ଯେଉଁମାନେ ବିସ୍ଥାପିତ ହୋଇଥିଲେ , ଜମି ପଟ୍ଟା ମିଳିବ । ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇ ସାରିଛନ୍ତି ।










