28.1 C
Bhubaneswar
Tuesday, June 17, 2025
Homeଅପରାଧଉଗ୍ରରୂପ ନେଲା ଜମିବାଡ଼ି ବିବାଦ; ଦାଦାକୁ ହାଣିଲା ପୁତୁରା, ୨ ଗିରଫ

ଉଗ୍ରରୂପ ନେଲା ଜମିବାଡ଼ି ବିବାଦ; ଦାଦାକୁ ହାଣିଲା ପୁତୁରା, ୨ ଗିରଫ

ସୋରଡ଼ା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହୋଇଛି ହଣାକଟା । ପୁତୁରାର ମାଡ଼ରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ଚାଲିଯାଇଛି ଦାଦାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋରଡା ଥାନା ଅନ୍ତର୍ଗତ ସୋରିଷବିଲି ଗ୍ରାମରେ । ପ୍ରାପ୍ତ ସୂଚନାନୁଯାୟୀ, ସୋରିଷବିଲି ଗ୍ରାମର କନ୍ଧ ସ୍ୱାଇଁଙ୍କ ୪ ପୁଅ ଥିବାବେଳେ ଗତ ୨୨ ତାରିଖ ଦିନ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କର ଦୁଇ ପୁଅ ତ୍ରିନାଥ ସ୍ୱାଇଁ ଓ ପାଣ୍ଡା ସ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲେ । ଏହି ବଚସା ପରେ ଉଗ୍ରରୂପ ନେଇଥିଲା । ଫଳରେ ତ୍ରିନାଥ ସ୍ୱାଇଁଙ୍କ ଦୁଇ ପୁଅ ରାଜେନ୍ଦ୍ର ସ୍ୱାଇଁ(୩୫) ଓ ରୋସନ୍ ସ୍ୱାଇଁ(୨୫) ଉତ୍‌କ୍ଷିପ୍ତ ହୋଇ ଦାଦା ପାଣ୍ଡା ସ୍ୱାଇଁ(୩୫)ଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦାଦା ପାଣ୍ଡା ସ୍ୱାଇଁ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ ।

ପରିବାର ଲୋକେ ସ୍ଥାନୀୟଲୋକଙ୍କ ସହଯୋଗରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ପାଣ୍ଡା ସ୍ୱାଇଁଙ୍କୁ ପ୍ରଥମେ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ପୁଣି ଗତ ରବିବାର କଟକ ମେଡ଼ିକାଲ ନିଆଯାଇଥିଲା । ସେଠାରେ ଗତକାଲି ରାତିରେ ପାଣ୍ଡାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାପରେ ଗତକାଲି ଆକ୍ରମଣ କରିଥିବା ଦୁଇ ପୁୁତୁରା ରାଜେନ୍ଦ୍ର ଓ ରୋସନ୍ ସୋରଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୁଲିସ୍ ଏନେଇ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲାବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking